ଡବ୍ଲୁଟିସି ଫାଇନାଲ: ଟାଇଟଲ ଜିତିବାକୁ ଭାରତ ଆଗରେ ୪୪୪ ରନର ଲକ୍ଷ୍ୟ | News Room Odisha

ଡବ୍ଲୁଟିସି ଫାଇନାଲ: ଟାଇଟଲ ଜିତିବାକୁ ଭାରତ ଆଗରେ ୪୪୪ ରନର ଲକ୍ଷ୍ୟ

ଲଣ୍ଡନ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ଫାଇନାଲ ଜିତିବାକୁ ଭାରତକୁ ମିଳିଛି ୪୪୪ ରନର ବିଜୟ ଲକ୍ଷ୍ୟ । ଅଷ୍ଟ୍ରେଲିଆ ୨୭୦/୮ରେ ଏହାର ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା | ୱିକେଟ୍ କିପର ଆଲେକ୍ସ କେରି ୬୫ ରନରେ ଅପରାଜିତ ଥିବାବେଳେ ମାର୍ନସ ଲାବୁସେନ୍ ଏବଂ ମିଚେଲ ଷ୍ଟାର୍କ ୪୧-୪୧ ରନ୍ କରିଥିଲେ। ଭାରତ ତରଫରୁ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ଏବଂ ଉମେଶ ଯାଦବ ଦୁଇଟି ଲେଖାଏଁ ୱିକେଟ୍ ପାଇଛନ୍ତି।

ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ସ୍କୋର ୪୬୯ ରନ୍ ଜବାବରେ ଭାରତ ୨୯୬ ରନ୍ କରିଥିଲା।