ଘୃଣା ଭାଷଣ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଦୋଷମୁକ୍ତ | News Room Odisha

ଘୃଣା ଭାଷଣ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଦୋଷମୁକ୍ତ

ଲକ୍ଷ୍ନୌ: ୨୦୧୯ ଲୋକସଭା ନିର୍ବାଚନ ସମୟରେ ଘୃଣା ଭାଷଣ ମାମଲାରେ ରାମପୁରର ଏମପି-ଏମ୍ଏଲ୍ଏ ସେସନ୍ସ କୋର୍ଟ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଦୋଷମୁକ୍ତ କରିଛନ୍ତି।

ଅକ୍ଟୋବର ୨୦୨୨ରେ ରାମପୁରର ଏକ ତଳ କୋର୍ଟ ଆଇପିସିର ଧାରା ୧୫୩, ୫୦୫ଜ ଏବଂ ୧୨୫ ଅନୁଯାୟୀ ଆଜମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

କୋର୍ଟ ଦଣ୍ଡାଦେଶ ପରେ ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ତତ୍କାଳ ରଦ୍ଦ ହୋଇଥିଲା । ପରେ ରାମପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେପିର ଆକାଶ ସକ୍ସେନା ବିଜୟୀ ହୋଇଥିଲେ ‌‌‌। ସେ ଆଜମ ଖାନଙ୍କ ପାଖଲୋକ କୁହାଯାଉଥିବା ଅସୀମ ରାଜାଙ୍କୁ ପରାସ୍ତ ହୋଇଥିଲେ ।