ପ୍ରଧାନମନ୍ତ୍ରୀ ମୋଦୀ ଓ ଯୋଗୀଙ୍କ ଉପରେ ହେଟ୍ ସ୍ପିଚ୍ ମାମଲାରେ ଆଜମ ଖାନ ଦୋଷୀ | News Room Odisha

ପ୍ରଧାନମନ୍ତ୍ରୀ ମୋଦୀ ଓ ଯୋଗୀଙ୍କ ଉପରେ ହେଟ୍ ସ୍ପିଚ୍ ମାମଲାରେ ଆଜମ ଖାନ ଦୋଷୀ

ରାମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ବିରୋଧରେ ଏକ ହେଟ୍ ସ୍ପିଚ୍ ମାମଲାରେ ରାମପୁର କୋର୍ଟ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଉ କିଛି ସମୟ ପରେ ତାଙ୍କ ବିରୋଧରେ ଦଣ୍ଡ ଘୋଷଣା କରାଯିବ | ରାୟ ପ୍ରକାଶ ବେଳେ କୋର୍ଟରେ ଉପସ୍ଥିତ ଥିବା ଆଜମ ଖାନଙ୍କୁ ହାଜତକୁ ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ନିର୍ବାଚନ ସମୟରେ ଆଜାମ ଖାନ ତହସିଲ ମିଲାକରେ ଏକ ଭାଷଣ ଦେଇଥିଲେ । ଏହି ମାମଲାରେ କୋର୍ଟ ଆଜି ତାଙ୍କ ରାୟ ଶୁଣାଇଛନ୍ତି।

୭ ଏପ୍ରିଲ ୨୦୧୯ରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର ମିଳିତ ପ୍ରାର୍ଥୀ ମହମ୍ମଦ ଆଜମ ଖାନ ତାଙ୍କ ନିର୍ବାଚନ ସଭାରେ ଭାଷଣ ଦେବାବେଳେ ରାମପୁରରେ ନିଯୁକ୍ତ ଅନେକ ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଯୋଗୀ ଆଦିତ୍ୟ ନାଥଙ୍କ ବିରୋଧରେ ବହୁ ଗୁରୁତର ଅଭିଯୋଗ ଆଣିଥିଲେ। ତାଙ୍କ ଏହି ଉତ୍ତେଜନାପୂର୍ଣ୍ଣ ଭାଷଣ ମାମଲାରେ ନିର୍ବାଚନ ଆୟୋଗ ନିଜଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ନିର୍ବାଚନ ଆୟୋଗର ଭିଡିଓ ଟିମ୍ ମଧ୍ୟ ଆଜମ ଖାନଙଏକ ମାମଲା ରୁଜୁ କରିଥିଲା। ଆଜି ଏହି ମାମଲାରେ କୋର୍ଟଙ୍କ ରାୟ ଆସିଛି। ଆଜମ ଖାନଙ୍କ ବିରୋଧରେ ହେଟ୍ ସ୍ପିଚ୍ ଏବଂ ଘୃଣାର ପ୍ରସାର ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା।