ପାକିସ୍ତାନ ଅଧିନାୟକ ପଦରୁ ବାବର ଆଜମଙ୍କ ଇସ୍ତଫା | News Room Odisha

ପାକିସ୍ତାନ ଅଧିନାୟକ ପଦରୁ ବାବର ଆଜମଙ୍କ ଇସ୍ତଫା

ଇସଲାମାବାଦ: ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବାବର ଆଜମ ପାକିସ୍ତାନ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଦିନିକିଆ ବିଶ୍ୱକପରେ ପାକିସ୍ତାନ ଲିଗ୍ ପର୍ଯ୍ୟାୟରୁ ହିଁ ବିଦା ହୋଇଥିଲା । ଦଳ ଲିଗ୍ ପର୍ଯ୍ୟାୟରେ ୯ଟି ମ୍ୟାଚ ମଧ୍ୟରୁ ପାଞ୍ଚଟି ହାରିଥିବା ବେଳେ ଚାରିଟି ମ୍ୟାଚ୍ ଜିତି ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ବାବର ସମସ୍ତ ତିନୋଟି ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ବାବର ୨୦୧୯ରେ ପାକିସ୍ତାନ ଦଳର ଅଧିନାୟକ ଦାୟିତ୍ଵ ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ଵରେ ପାକିସ୍ତାନ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ଦଳ ହୋଇଥିଲା ।

ବିଶ୍ବକପରେ ବାବର ମଧ୍ୟ ସେଭଳି ଖାସ୍ ପ୍ରଦର୍ଶନ କରିପାରିନଥିଲେ । ସେ ୯ଟି ମ୍ୟାଚରେ ୪୦ ଆଭରେଜ୍ ସହ ୩୨୦ ରନ୍ କରିଥିଲେ ।

ବିଶ୍ବକପରୁ ଦଳ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେବା ପରେ ପାକିସ୍ତାନର ବୋଲିଂ କୋଚ୍ ମର୍ଣ୍ଣେ ମର୍କେଲ ମଧ୍ୟ ଇସ୍ତଫା ଦେଇଥିଲେ । ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମର୍କେଲ ଚଳିତ ବର୍ଷ ଜୁନରେ ୬ ମାସ ପାଇଁ ପାକିସ୍ତାନ ଦଳର ବୋଲିଂ କୋଚ୍ ଭାବେ ନିଯୁକ୍ତ ହେଇଥିଲେ ।