ନିଜ ଗୀତ 'ସନକ୍' ପାଇଁ କ୍ଷମା ମାଗିଲେ ବାଦଶାହ | News Room Odisha

ନିଜ ଗୀତ ‘ସନକ୍’ ପାଇଁ କ୍ଷମା ମାଗିଲେ ବାଦଶାହ

ନୂଆଦିଲ୍ଲୀ: ରାପ୍ ଗାୟକ ବାଦଶାହ ତାଙ୍କ ଗୀତ ‘ସନକ୍’ ପାଇଁ କ୍ଷମା ମାଗିଛନ୍ତି।

ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି ଯେ ସେ ଜାଣିଶୁଣି କାହାକୁ ଆଘାତ କରିବାକୁ ଭାବିପାରିବେ ନାହିଁ।

ତାଙ୍କର ଏହି ଗୀତକୁ ନେଇ ବିବାଦ ବଢ଼ିଥିଲା। ବାଦଶାହ କହିଛନ୍ତି ଯେ ସେ ତାଙ୍କ ଗୀତ ପ୍ରତି ସର୍ବଦା ସମ୍ବେଦନଶୀଳ ହେବାକୁ ଚେଷ୍ଟା କରନ୍ତି।

ଗୀତ ‘ସନକ୍’ ମାସକ ତଳେ ମୁକ୍ତିଲାଭ କରିଥିଲା । ବାଦଶାହଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏହି ଗୀତର ୨୨ ମିଲିୟନରୁ ଅଧିକ ଭ୍ୟୁ ରହିଛି।

ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ମହାକାଳେଶ୍ବର ମନ୍ଦିରର ପୁରୋହିତ ଏହି ଗୀତର କିଛି ଶବ୍ଦକୁ ବିରୋଧ କରିଥିଲେ।

ରାପର୍ ବାଦଶାହ କହିଛନ୍ତି ଯେ ସେ ଗୀତରେ ପରିବର୍ତ୍ତନ କରୁଛନ୍ତି ଓ ଏହାର ନୂଆ ଭର୍ସନ ସମସ୍ତ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ କରୁଛନ୍ତି । ଏହି ଗାୟକ କହିଛନ୍ତି ଯେ ଏହି ପରିବର୍ତ୍ତନ ଚ୍ୟାନେଲରେ ଦେଖାଯିବାକୁ ସମୟ ନେଇପାରେ।