ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ : ପ୍ରାର୍ଥୀ ଓ ଦଳ ଛାପିବେ ଅପରାଧ ପୃଷ୍ଠଭୂମି | News Room Odisha

ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ : ପ୍ରାର୍ଥୀ ଓ ଦଳ ଛାପିବେ ଅପରାଧ ପୃଷ୍ଠଭୂମି

ଭୁବନେଶ୍ୱର – ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ ସଂଶୋଧିତ ଗାଇଡଲାଇନ୍ ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଗାଇଡଲାଇନ ଅନୁସାରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ଓ ସଂପୃକ୍ତ ରାଜନୈତିକ ଦଳ ଛାପିବେ ଅପରାଧ ପୃଷ୍ଠଭୂମିର ରେକର୍ଡ ।

ଖବରକାଗଜ ଓ ଟେଲିଭିଜନରେ ଅପରାଧ ପୃଷ୍ଠଭୂମିର ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନାମାଙ୍କନ ପ୍ରତ୍ୟାହାରର ୪ ଦିନ ମଧ୍ୟରେ ପ୍ରଥମ ପ୍ରଚାର କରାଯିବ । ଏହି ବର୍ଷ ଫେବ୍ରୁଆରୀରେ ସୁପ୍ରିମକୋର୍ଟ ଏ ସଂପର୍କିତ ଐତିହାସିକ ରାୟ ଦେଇଥିଲେ ।