ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫ ପ୍ରତିବାଦରେ ଆଜି ଆନ୍ଧ୍ର ବନ୍ଦ | News Room Odisha

ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫ ପ୍ରତିବାଦରେ ଆଜି ଆନ୍ଧ୍ର ବନ୍ଦ

ଅମରାବତୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ବିରୋଧରେ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ରାସ୍ତାକୁ ଓହ୍ଲାଇଛି । ଦଳ ତରଫରୁ ଆଜି ଦିନିକିଆ ଆନ୍ଧ୍ର ବନ୍ଦ ଡାକରା ଦିଆଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀକୁ ନିନ୍ଦା କରି ଜନସେନା ପାର୍ଟି (ଜେଏସପି) ମୁଖ୍ୟ ପୱନ କଲ୍ୟାଣ ମଧ୍ୟ ଏହି ବନ୍ଦକୁ ସମର୍ଥନ କରିଛନ୍ତି। ରାଜ୍ୟ ଦକ୍ଷତା ବିକାଶ ନିଗମରେ ଏକ ଦୁର୍ନୀତି ମାମଲାରେ ନାଇଡୁଙ୍କ ଶନିବାର ଗିରଫ କରାଯାଇଥିଲା । ତାଙ୍କୁ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

ଟିଡିପି ଆନ୍ଧ୍ର ପ୍ରଦେଶ ସଭାପତି କେ ଅତ୍ରାଚନାଇଡୁ ଦଳର କର୍ମୀ ଏବଂ ସମର୍ଥକଙ୍କୁ ଏହି ଆନ୍ଦୋଳନକୁ ସଫଳ କରିବାକୁ ଆହ୍ବାନ କରିଛନ୍ତି। ଜେଏସପିର ପୱନ କଲ୍ୟାଣ ମଧ୍ୟ ଦଳୀୟ କର୍ମୀଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନରେ ସାମିଲ ହେବାକୁ ଅପିଲ କରିଛନ୍ତି । ଶାସକ ଓ୍ବାଇଏସ୍ଆର୍ ପାର୍ଟି ରାଜ୍ୟର ଅନ୍ୟ ବିରୋଧୀ ଦଳମାନଙ୍କୁ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି।

ଚନ୍ଦ୍ରବାବୁ ନାଇଡୁଙ୍କୁ ୨୩ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଯିବା ପରେ ତାଙ୍କୁ ରାଜାମୁନ୍ଦ୍ରି କେନ୍ଦ୍ରୀୟ ଜେଲକୁ ନିଆଯାଇଛି ।