କୃଷି ଆଇନ ବିରୋଧରେ ଆଜି ଭାରତ ବନ୍ଦ, ଦିଲ୍ଲୀ-ଅମୃତସର ରାଜପଥ ଅବରୋଧ କଲେ ଚାଷୀ, ଭାରତ ବନ୍ଦକୁ ବିରୋଧୀ ଦଳଙ୍କ ସମର୍ଥନ | News Room Odisha

କୃଷି ଆଇନ ବିରୋଧରେ ଆଜି ଭାରତ ବନ୍ଦ, ଦିଲ୍ଲୀ-ଅମୃତସର ରାଜପଥ ଅବରୋଧ କଲେ ଚାଷୀ, ଭାରତ ବନ୍ଦକୁ ବିରୋଧୀ ଦଳଙ୍କ ସମର୍ଥନ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଗତ ୧୦ ମାସ ଧରି ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ଆଜି ଭାରତ ବନ୍ଦ ଡ଼ାକରା ଦେଇଛନ୍ତି । ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଏସକେଏମ୍)ର ନେତୃତ୍ୱରେ ୪୦ କୃଷକ ସଂଗଠନ ଏହି ବନ୍ଦ ‌ଡ଼ାକରା ଦିଆଯାଇଛି । ସକାଳ ୬ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ ।

କଂଗ୍ରେସ ସହ ବହୁ ବିରୋଧୀ ଦଳ ମଧ୍ୟ କୃଷକଙ୍କ ଭାରତ ବନ୍ଦ ଡାକରାକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇଛନ୍ତି । ବିଶେଷକରି ଉତ୍ତର ଭାରତରେ ଏହି ବନ୍ଦର ଅଧିକ ପ୍ରଭାବ ଅନୁଭୂତ ହୋଇଛି । ଚାଷୀମାନେ ଆଜି ସକାଳୁ ଦିଲ୍ଲୀ-ଅମୃତସର ରାଜପଥ ଅବରୋଧ କରିଛନ୍ତି । ଫଳରେ ଉଭୟ ପଟୁ ଅନେକ ଯାନବାହାନ ରାସ୍ତାରେ ଅଟକି ରହିଛନ୍ତି । ଅନେକ ସ୍ଥାନରେ ରେଳ ସେବା ମଧ୍ୟ ପ୍ରଭାବିତ ହୋଇଛି ।

ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍ (ଏଆଇବିଓସି) ‘ଭାରତ ବାନ୍ଦ’ କୁ ସମର୍ଥନ ଜଣାଇଛି। ତେଣୁ ଆଜି ଅନେକ ବ୍ୟାଙ୍କ୍ ର କାର୍ଯ୍ୟ ପ୍ରଭାବିତ ହେବା ସମ୍ଭାବନା ରହିଛି।

ସଂଯୁକ୍ତ କିସାନ୍ ମୋର୍ଚା କହିଛି ଯେ ଭାରତ ବନ୍ଦରେ ବିଭିନ୍ନ ଶ୍ରମିକ ସଂଘ, ଟ୍ରେଡ ୟୁନିଅନ, କର୍ମଚାରୀ ଏବଂ ଛାତ୍ର ସଂଗଠନ ସହ ମହିଳା ସଂଗଠନ ଏବଂ ପରିବହନ ସଂଘ ବି ସାମିଲ ହୋଇଛନ୍ତି।