ଦିନ ୨ଟା ୩୦ ସୁଦ୍ଧା ୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ଭୁବନେଶ୍ୱରରେ ସର୍ବାଧିକ ୪୩.୨ ଡିଗ୍ରୀ | News Room Odisha

ଦିନ ୨ଟା ୩୦ ସୁଦ୍ଧା ୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ଭୁବନେଶ୍ୱରରେ ସର୍ବାଧିକ ୪୩.୨ ଡିଗ୍ରୀ

ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିଲା ।

ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା । ଏଠାରେ ସର୍ବାଧିକ ତାପମାତ୍ରା ୪୩ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଝାରସୁଗୁଡାରେ ୪୨.୯ , ଚାନ୍ଦବାଲିରେ ୪୨.୨, ବାଲେଶ୍ୱରରେ ୪୧.୪, ରାଉରକେଲାରେ ୪୦.୮, ସମ୍ବଲପୁରରେ ୪୦.୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଦିନ ସାଢେ ୨ଟା ସୁଦ୍ଧା ହୀରାକୁଦରେ ୩୯.୨, କେନ୍ଦୁଝରରେ ୩୮.୪,  ଗୋପାଳପୁରରେ ୩୫.୪ ,ପୁରୀରେ ୩୫.୨ ଓ ପାରାଦ୍ୱୀପରେ ୩୪.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।