ମଞ୍ଚ ଉପରେ ପଡ଼ିଗଲେ ବାଇଡେନ୍ | News Room Odisha

ମଞ୍ଚ ଉପରେ ପଡ଼ିଗଲେ ବାଇଡେନ୍

ଓ୍ୱାଶିଂଟନ: ଆମେରିକାର କଲରାଡୋ ପ୍ରଦେଶରେ ଆମେରିକୀୟ ବାୟୁସେନା ଏକାଡେମୀର ଗ୍ରାଜୁଏସନ ଦିବସ ସମାରୋହ ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ମଞ୍ଚ ଉପରେ ପଡ଼ିଯାଇଛନ୍ତି ।

ସେ ମଞ୍ଚରେ ନିଜ ଆସନ ଆଡକୁ ଯାଉଥିବା ବେଳେ ପଡ଼ିଯାଇଥିଲେ | ମଞ୍ଚ ଉପରେ ରଖାଯାଇଥିବା ଏକ ବାଲି ବ୍ୟାଗକୁ ଝୁଣ୍ଟି ସେ ପଡ଼ିଯାଇଥିଲେ |

ଆମେରିକାର ରାଷ୍ଟ୍ରପତି ବାଇଡେନ୍ ପଡ଼ିଯିବା ଦେଖି ସେଠାରେ ଠିଆ ହୋଇଥିବା ସୁରକ୍ଷା କର୍ମୀମାନେ ତାଙ୍କୁ ଉଠାଇବାରେ ସହଯୋଗ କରିଥିଲେ ‌।

ତେବେ ଏହା ପରେ ବାଇଡେନ୍ ଆଉ କୌଣସି ସହାୟତା ବିନା ନିଜ ଆସନରେ ପହଞ୍ଚିଥିଲେ ଓ ପରେ ତାଙ୍କ କାର୍ ଆଡକୁ ଦୌଡ଼ି ଯାଉଥିବା ଦେଖିବାକୁ ମିଳିଥିଲା ।

ରାଷ୍ଟ୍ରପତି ବାଇଡେନ୍ ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି ବୋଲି ହ୍ବାଇଟ୍ ହାଉସର କମ୍ୟୁନିକେସନ ଡାଇରେକ୍ଟର ବେନ୍ ଲାବୋଲ୍ଟ କହିଛନ୍ତି ‌।

୮୦ ବର୍ଷ ବୟସ୍କ ବାଇଡେନ୍ ଏଭଳି ସର୍ବସାଧାରଣରେ ଝୁଣ୍ଟି ପଡ଼ିଯିବା ପ୍ରଥମ ଘଟଣା ନୁହେଁ । ସେ ଥରେ ସାଇକେଲରୁ ଖସିପଡ଼ିଥିଲେ। ଏବଂ ପୁଣି ଏୟାର ଫୋର୍ସ ୱାନର ପାହାଚ ଉପରେ ଝୁଣ୍ଟି ପଡ଼ିଯାଇଥିଲେ ବାଇଡେନ୍ ।

ତାଙ୍କ ବୟସାଧିକ ଯୋଗୁଁ ବାଇଡେନଙ୍କ ସମାଲୋଚକମାନେ ତାଙ୍କ ଦକ୍ଷତା ଉପରେ ସନ୍ଦେହ ସୃଷ୍ଟି କରନ୍ତି |

କିନ୍ତୁ ବାଇଡେନ୍ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ଏଥର ଯଦି ସେ ନିର୍ବାଚନରେ ଜିତନ୍ତି, ତେବେ ସେ ୮୨ ବର୍ଷ ବୟସରେ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ।

ବାଇଡେନ୍ ମଞ୍ଚରେ ପଡ଼ିଯିବା ଖବର ଶୁଣିବା ପରେ ଆମେରିକାର ଆଇଓଆ ପ୍ରଦେଶରେ ଆୟୋଜିତ ଏକ ରାଲିରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସେ କହିଥିଲେ “ମୁଁ ଆଶା କରୁଛି ସେ ଠିକ୍ ଥିବେ। ତାଙ୍କୁ ସତର୍କ ରହିବାକୁ ପଡ଼ିବ |