ବାଇଡେନ ପୁଣି କରୋନା ପଜିଟିଭ୍ | News Room Odisha

ବାଇଡେନ ପୁଣି କରୋନା ପଜିଟିଭ୍

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ କରୋନା ପଜିଟିଭ୍ ହୋଇଛନ୍ତି। ବାଇଡେନ ନିଜେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି ।

ସେ ଟ୍ବିଟ୍ କରି କହିଛନ୍ତି, ବନ୍ଧୁଗଣ, ଆଜି ମୁଁ ପୁଣିଥରେ କରୋନା ପଜିଟିଭ୍ ହୋଇଛି | ମୋର କୌଣସି ଲକ୍ଷଣ ନାହିଁ, କିନ୍ତୁ ମୋ ଚାରିପାଖରେ ଥିବା ସମସ୍ତଙ୍କ ସୁରକ୍ଷା ପାଇଁ ମୁଁ ଆଇସୋଲେସନରେ ରହିବି | ମୁଁ ତଥାପି କାମରେ ଅଛି, ଏବଂ ଶୀଘ୍ର ରାସ୍ତାକୁ ଆସିବି |

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଜୋ ବାଇଡେନ ଜୁଲାଇ ୨୧ରେ କରୋନା ସଂକ୍ରମିତ ହୋଇଥିଲେ।