ବାୟୋଲୋଜିକାଲ-ଇ'ର କରୋନା ଭ୍ୟାକ୍ସିନ୍ 'କୋର୍ବେଭ୍ୟାକ୍ସ'କୁ ମିଳିଲା ଜରୁରୀ ବ୍ୟବହାର ପାଇଁ ଅନୁମତି | News Room Odisha

ବାୟୋଲୋଜିକାଲ-ଇ’ର କରୋନା ଭ୍ୟାକ୍ସିନ୍ ‘କୋର୍ବେଭ୍ୟାକ୍ସ’କୁ ମିଳିଲା ଜରୁରୀ ବ୍ୟବହାର ପାଇଁ ଅନୁମତି

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢେଇରେ ଭାରତକୁ ଆଉ ଏକ ଅସ୍ତ୍ର ମିଳିଛି। ଭାରତର ଡ୍ରଗ୍ସ ନିୟନ୍ତ୍ରକ (ଡିସିଜିଆଇ) ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ବାୟୋଲୋଜିକାଲ-ଇ’ର କରୋନା ଭ୍ୟାକ୍ସିନ୍ କୋର୍ବେଭ୍ୟାକ୍ସକୁ ଚୂଡ଼ାନ୍ତ ମଞ୍ଜୁରୀ ପ୍ରଦାନ କରିଛନ୍ତି | କର୍ବେଭ୍ୟାକ୍ସ ଟିକା ମାଂସପେଶୀ ମାଧ୍ୟମରେ ଶରୀରରେ ପହଂଚିବ ଏବଂ ଏହାକୁ ୨୮ ଦିନ ମଧ୍ୟରେ ଦୁଇଟି ଡୋଜରେ ଗ୍ରହଣ କରିବାକୁ ପଡିବ | ଏହି ଟିକାକୁ ଦୁଇରୁ ଆଠ ଡିଗ୍ରୀ ସେଲସିୟସରେ ସଂରକ୍ଷଣ କରାଯାଏ |

ଏହାପୂର୍ବରୁ ଫେବୃଆରୀ ୧୪ ରେ ଡିସିଜିଆଇ ବିଶେଷଜ୍ଞ କମିଟି ବାୟୋଲୋଜିକାଲ-ଇ’ର କୋଭିଡ-୧୯ ଟିକା ‘କୋର୍ବେଭ୍ୟାକ୍ସ’ର ଜରୁରୀ ବ୍ୟବହାର ପାଇଁ ସୁପାରିଶ କରିଥିଲେ | ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭି.କେ ପଲ୍ କହିଥିଲେ ଯେ ଟିକାକରଣର ଅତିରିକ୍ତ ଆବଶ୍ୟକତା ଏବଂ ଏଥିପାଇଁ ଅଧିକ ଜନସଂଖ୍ୟା ଅନ୍ତର୍ଭୁକ୍ତ କରିବା ପାଇଁ ନିୟମିତ ସମୀକ୍ଷା କରାଯାଏ | ସୀମିତ ଆଧାରରେ ଜରୁରୀକାଳୀନ ପରିସ୍ଥିତି ପାଇଁ ଡିସିଜିଆଇ ପୂର୍ବରୁ ୨୮ ଡିସେମ୍ବରରେ କୋର୍ବେଭ୍ୟାକ୍ସକୁ ଅନୁମୋଦନ କରିଥିଲା | କୋଭିଡ-୧୯ ବିପକ୍ଷରେ ଭାରତରେ ଏହା ଏକ ଆରବିଡି ଆଧାରିତ ଟିକା |