ଧାମନଗର ପୌରାଧ୍ୟକ୍ଷ ପଦ ହାତେଇଲା ବିଜେଡି | News Room Odisha

ଧାମନଗର ପୌରାଧ୍ୟକ୍ଷ ପଦ ହାତେଇଲା ବିଜେଡି

ଭୁବନେଶ୍ୱର: ଧାମନଗର ପୌରାଧ୍ୟକ୍ଷ କବଜା କରିଛି ବିଜେଡି। ନୂତନ ଅଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥୀ ନିବେଦିତା ଜେନା ବିଜୟୀ ହୋଇଛନ୍ତି । ନିବେଦିତା ଜେନା ବିଜେପିର ପୁଷ୍ପଶ୍ରୀ ମହାନ୍ତିଙ୍କୁ ୧୦୪୬ ଭୋଟ ବ୍ୟବଧାନରେ ହରାଇଛନ୍ତି । ଏହି ଏନଏସିର ୧୧ଟି ୱାର୍ଡ ମଧ୍ୟରୁ ବିଜେଡ଼ି ୯ଟି ଜିତିଛି । ବିଜେପି କେବଳ ୨ଟି ୱାର୍ଡରେ ସୀମିତ ରହିଛି।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ୫ରେ ଧାମନଗର ଏନଏସିର ୬ଟି ଓ୍ବାର୍ଡରେ ସାନି ମତଦାନ ହୋଇଥିଲା ।