ପୌର ଜନାଦେଶ: ଭୁବନେଶ୍ବର, କଟକ ଓ ବ୍ରହ୍ମପୁରରେ ବିଜେଡ଼ି ମେୟର ପ୍ରାର୍ଥୀ ଆଗୁଆ | News Room Odisha

ପୌର ଜନାଦେଶ: ଭୁବନେଶ୍ବର, କଟକ ଓ ବ୍ରହ୍ମପୁରରେ ବିଜେଡ଼ି ମେୟର ପ୍ରାର୍ଥୀ ଆଗୁଆ

ଭୁବନେଶ୍ୱର: ରାଜ୍ୟର ୧୦୫ ପୌରାଞ୍ଚଳ ସହ ଭୁବନେଶ୍ବର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମରେ ଭୋଟ ଗଣତି ଜାରି ରହିଛି। ସଦ୍ୟତମ ଟ୍ରେଣ୍ଡ ଅନୁଯାୟୀ ୩ଟି ଯାକ ମହାନଗର ନିଗମରେ ବିଜୁ ଜନତା ଦଳ ମେୟର ପ୍ରାର୍ଥୀ/ପ୍ରାର୍ଥୀନୀ ଆଗୁଆ ଅଛନ୍ତି ।

ଭୁବନେଶ୍ବର ମହାନଗରରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ବିଜେପି ଓ କଂଗ୍ରେସ ପ୍ରତିଦ୍ବନ୍ଦୀଙ୍କ ଠାରୁ ଆଗୁୁଆ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମ ମେୟର ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁଲୋଚନାଙ୍କ ଏପର୍ଯ୍ୟନ୍ତ ୧୬,୮୪୬ ଭୋଟ୍ ମିଳିଛି। ବିଜେପି ମେୟର ପ୍ରାର୍ଥୀଙ୍କୁ ୧୦,୯୪୩ ଭୋଟ୍ ଏବଂ କଂଗ୍ରେସ ମେୟର ପ୍ରାର୍ଥୀଙ୍କୁ ୬୮୨ ଭୋଟ୍ ମିଳିଛି ।

ସେହିପରି କଟକରେ ବିଜେଡ଼ିର ମେୟର ପ୍ରାର୍ଥୀ ସୁବାସ ସିଂହ ଆଗୁଆ ଅଛନ୍ତି । ସୁବାସ ସିଂହଙ୍କୁ ମିଳିଛି ୧୭,୩୬୩ ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ ୨୪,୨୮୩ ଭୋଟ୍ ଏବଂ ବିଜେପି ପ୍ରାର୍ଥୀ ଶ୍ରୀତମ୍ ଦାସଙ୍କୁ ୭୮୯୬ ଭୋଟ୍ ମିଳିଛି।

ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ଅଧିକ ଭୋଟ ପାଇଛନ୍ତି। ସଦ୍ୟତମ ସୂଚନା ଅନୁଯାୟୀ ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୭,୩୬୧ ଭୋଟ୍ ପାଇଛନ୍ତି। ଦ୍ୱିତୀୟ ସ୍ଥାନରେ ବିଜେପି ମେୟର ପ୍ରାର୍ଥୀ ସଙ୍ଗୀତା ସୁଆର ପାଣିଗ୍ରାହୀ ୨୦,୭୩୬ ଭୋଟ୍ ଏବଂ କଂଗ୍ରେସ ମେୟର ପ୍ରାାର୍ଥୀ ୩୨୭୦ ଭୋଟ୍ ପାଇଛନ୍ତି ।