ସିବିଆଇ ରେଡ୍ ନେଇ ବିଜେଡିର ତୀବ୍ର ପ୍ରତିକ୍ରିୟା, ଟାଇମିଂକୁ ନେଇ ପ୍ରଶ୍ନ ଉଠାଇଲା ଦଳ | News Room Odisha

ସିବିଆଇ ରେଡ୍ ନେଇ ବିଜେଡିର ତୀବ୍ର ପ୍ରତିକ୍ରିୟା, ଟାଇମିଂକୁ ନେଇ ପ୍ରଶ୍ନ ଉଠାଇଲା ଦଳ

ଭୁବନେଶ୍ୱର- ସିସୋର ଚିଟ୍ ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ରେଡ୍ ନେଇ ତୀବ୍ର ପ୍ରତିକ୍ରିୟା ରଖିଛି ବିଜେଡି । ଭୁବନେଶ୍ୱରରେ ପ୍ରେସ୍ ମିଟ କରି ଦଳର ମୁଖପାତ୍ର ଲେନିନ୍ ମହାନ୍ତି ସିବିଆଇ ରେଡ୍‌ର ଟାଇମିଂକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିଭିନ୍ନ ନିର୍ବାତନ ପୂର୍ବରୁ ହିଁ ସିବିଆଇ ଚଢାଉ କରୁଥିବା ଦେଖାଯାଇଛି ବୋଲି ଲେନିନ୍ କହିଛନ୍ତି । ନିର୍ବାଚନ ପୂର୍ବରୁ ସିବିଆଇର ଏଭଳି ଚଢାଉ ନେଇ ଓଡିଶାବାସୀ ଚକିତ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ସକାଳେ ୨୦୧୩ ସିସୋର୍ ଚିଟ୍ ଫଣ୍ଡ୍ ଦୁର୍ନୀତି ମାମଲାରେ ସିବିଆଇ ଭୁବନେଶ୍ୱର,କଟକ ଓ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ।