ବ୍ରହ୍ମପୁର ମହାନଗରର ସର୍ବକନିଷ୍ଠ ଡେପୁଟି ମେୟର ହେଲେ ବିବେକ ରେଡ୍ଡୀ | News Room Odisha

ବ୍ରହ୍ମପୁର ମହାନଗରର ସର୍ବକନିଷ୍ଠ ଡେପୁଟି ମେୟର ହେଲେ ବିବେକ ରେଡ୍ଡୀ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗରରେ ସର୍ବକନିଷ୍ଠ ଡେପୁଟି ମେୟର ହୋଇଛନ୍ତି ଇ.ବିବେକ ରେଡ୍ଡୀ। ଡେପୁଟି ମେୟର ନିର୍ବାଚନରେ ସେ ୩୪ଟି ଭୋଟ ପାଇଛନ୍ତି। ବିଜେଡିର ୩୦ ଜଣ ଓ ସ୍ବାଧୀନ ୪ ଜଣ କର୍ପୋରେଟର ବିବେକଙ୍କୁ ସମର୍ଥନ କରିଥିଲେ। ବିଜେପି ଡେ଼ପୁଟି ମେୟର ପ୍ରାର୍ଥୀ ଡି.କରୁଣାକର ୭ଟି ଭୋଟ ପାଇଥିବା ବେଳେ ଜଣେ ସ୍ୱାଧୀନ କର୍ପୋରେଟର ଭୋଟ ଦେଇନାହାନ୍ତି। ୪୨ ନମ୍ବର ଓ୍ବାର୍ଡରୁ ଜିତିଥିବା ୨୬ ବର୍ଷୀୟ ବିବେକ ବିଏମସି ନିର୍ବାଚନରେ ସର୍ବାଧିକ ୨୩୨୫ ଭୋଟରେ ଜିତିଥିଲେ। ବ୍ରହ୍ମପୁର ମହାନଗରର ଏହି ଓ୍ବାର୍ଡ ଗୋପାଳପୁର ନିର୍ବାଚନମଣ୍ଡଳୀ ତଥା ଆମ୍ବପୁଆ ଅନ୍ତର୍ଗତ ଅଟେ। ବିଜୟ ପରେ ବିବେକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ଓଏସଡି ଡ. ଗୋପବନ୍ଧୁ ଦାଶଙ୍କ ପ୍ରତି ସାଧୁବାଦ ଜଣାଇଛନ୍ତି।