ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି | News Room Odisha

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ନୂଆଦିଲ୍ଲୀ: ବିଜେପି ମଧ୍ୟପ୍ରଦେଶ ଏବଂ ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଛି। ଯଦିଓ ଏପର୍ଯ୍ୟନ୍ତ ଉଭୟ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ, ତେବେ ଚଳିତ ବର୍ଷ ଶେଷ ଆଡ଼କୁ ଉଭୟ ରାଜ୍ୟରେ ନିର୍ବାଚନ ହେବ। ମଧ୍ୟପ୍ରଦେଶରେ ୩୯ଟି ଏବଂ ଛତିଶଗଡରେ ୨୧ଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ବିଜେପି ପ୍ରଥମ ଥର ପାଇଁ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରାର୍ଥୀ ତାଲିକା ଜାରି କରିଛି ।

ବୁଧବାର ହିଁ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ। ବହୁ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ସେହି ଆସନଗୁଡିକ ଉପରେ ଆଲୋଚନା ହୋଇଥିଲା ଯେଉଁଠି ବିଜେପି ପାରମ୍ପରିକ ଭାବେ ଦୁର୍ବଳ।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସବଲଗଡରୁ ସରଳା ବିଜୟନ୍ଦର ରାୱତଙ୍କୁ ବିଜେପି ପ୍ରାର୍ଥୀ କରିଛି । ସୁମାବଲିରୁ ଅଦଲ ସିଂ କଂସାନା, ଗୋହଦରୁ ଲାଲ ସିଂ ଆର୍ଯ୍ୟ, ପିଛୋରରୁ ପ୍ରୀତମ ଲୋଧୀ, ଚାଚୋଡାରୁ ପ୍ରିୟଙ୍କା ମୀନା, ଚନ୍ଦେରୀରୁ ଜଗନ୍ନାଥ ସିଂହ, ବନ୍ଦାରୁ ବିରେନ୍ଦ୍ର ସିଂହ ଲାମରଦାର, ମହାରାଜପୁରରୁ କାମାକ୍ଷା ପ୍ରତାପ ସିଂହ, ଛତରପୁରରୁ ଲଲିତା ଯାଦବ, ପଥରଇଆଠଉ ଲଖନ ପଟେଲ, ଗୁନେରୁରୁ ରାଜେଶ କୁମାର ବର୍ମାଙ୍କୁ ପ୍ରାର୍ଥୀ କରାଯାଇଛି।

ଅନ୍ୟପକ୍ଷରେ ଛତିଶଗଡ ନିର୍ବାଚନ ପାଇଁ ବିଜେପି ୨୧ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ପ୍ରେମନଗରରୁ ଭୁଲନ ସିଂ ମରାବିଙ୍କୁ ବିଜେପି ଟିକେଟ୍ ଦେଇଛି। ଭଟଗାଓଁରୁ ଲକ୍ଷ୍ମୀ ରାଜୱାଡେ, ପ୍ରତାପପୁରରୁ ଶକୁନ୍ତଳା ସିଂହ, ରାମାନୁଜଗଞ୍ଜରୁ ରାମବିଚାର ନେତମ୍, ଲୁନ୍ଦ୍ରରୁ ପ୍ରଭୋଜ ଭୋଂଜ, ଖାରସିଆରୁ ମହେଶ ସାହୁ, ଧର୍ମଜାଗଡରୁ ହରିଶ୍ଚନ୍ଦ୍ର ରାଠିଆଙ୍କୁ ମନୋନୀତ କରାଯାଇଛି।