ସିସୋଦିଆଙ୍କ ଗିରଫଦାରୀ ନେଇ ପ୍ରଶ୍ନ ଉଠାଇଲେ ଏହି ବିଜେପି ନେତା, କହିଲେ ହୋମ୍ଓ୍ବାର୍କ କରିନି ଶାହାଙ୍କ ଗୃହ ମନ୍ତ୍ରାଳୟ | News Room Odisha

ସିସୋଦିଆଙ୍କ ଗିରଫଦାରୀ ନେଇ ପ୍ରଶ୍ନ ଉଠାଇଲେ ଏହି ବିଜେପି ନେତା, କହିଲେ ହୋମ୍ଓ୍ବାର୍କ କରିନି ଶାହାଙ୍କ ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ସୁବ୍ରମଣ୍ୟମ ସ୍ୱାମୀ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ହୋମ୍ଓ୍ବାର୍କ ନକରି ସିସୋଦିଆଙ୍କୁ ପଚରାଉଚରା ଏବଂ ମାମଲା ରୁଜୁ କରିବାକୁ ଅନୁମତି ଦେଇଥିଲା । ସିସୋଦିଆଙ୍କ ବିରୋଧରେ ତଦନ୍ତ ତୁରନ୍ତ ବନ୍ଦ କରିବାକୁ ସେ କହିଛନ୍ତି।

ମନୀଷ ସିସୋଦିଆ ଗିରଫ ହେବା ପରେ ସୋସିଆଲ ମିଡିଆରେ ଅନେକ ଟ୍ୱିଟ୍ ର ଜବାବ ଦେଇ ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି, ମୁଁ ଆଶ୍ଚର୍ଯ୍ୟ ଯେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କୌଣସି ହୋମୱାର୍କ ନକରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପଚରାଉଚରା ଏବଂ ମକଦ୍ଦମା ଚଳାଇବା ପାଇଁ ସିବିଆଇକୁ ଅନୁମତି ଦେଇଥିଲା । ସିସୋଦିଆଙ୍କୁ ନେଇ ଏତେ ଦିନ ଧରି କସରତ ଚାଲିଥିଲ, କିନ୍ତୁ ଫଳ ଶୂନ । ଅମିତ ଶାହା ତାଙ୍କ ମନ୍ତ୍ରଣାଳୟର କ୍ଷତି କମ୍ କରି ସିବିଆଇ ତଦନ୍ତ ବନ୍ଦ କଲେ ଭଲ ହେବ ବୋଲି ସ୍ବାମୀ କହିଛନ୍ତି ।