ମଧ୍ୟପ୍ରଦେଶ ଉପନିର୍ବାଚନ: ବିଜେପି ଆଗରେ | News Room Odisha

ମଧ୍ୟପ୍ରଦେଶ ଉପନିର୍ବାଚନ: ବିଜେପି ଆଗରେ

ଭୋପାଳ – ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ଜଣାପଡ଼ବ । ୧୯ଟି କେନ୍ଦ୍ରରେ ଭୋଟ୍ ଗଣନା ଚାଲିଛି । ୨୮ ଟି ବିଧାନସଭା ଆସନ ମଧ୍ୟରୁ ୨୦ଟି ଆସନର ଟ୍ରେଣ୍ଡ ଆସିଛି । ଏହି ୨୦ ଆସନ ମଧ୍ୟରୁ ବିଜେପି ୧୪ଟିରେ ଓ କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛି।

ଏହି ୨୮ ଟି ଆସନର ଫଳାଫଳ ଉପରେ ଶିବରାଜ ସିଂ ଚୌହାନ ସରକାରର ଭବିଷ୍ୟତ ନିର୍ଭର କରୁଛି । ସୂଚନାଯୋଗ୍ୟ, ମାର୍ଚ୍ଚରେ ଜ୍ୟୋତିରାଦିତ୍ୟ ସିନ୍ଦିଆ ୨୨ ଜଣ ବିଧାୟକଙ୍କ ସହ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ପରେ ଆଉ ତିନିଜଣ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ଏହାଛଡା ତିନିଜଣ ବିଧାୟକଙ୍କ ମୃତ୍ୟୁ ପରେ ୨୮ ଆସନ ଖାଲି ପଡିଥିଲା। ଉପନିର୍ବାଚନ ଫଳାଫଳ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ , ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏବଂ ରାଜ୍ୟସଭା ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।

BJP