କର୍ଣ୍ଣାଟକ: ପ୍ରଶ୍ନ କରିବାରୁ ମହିଳାଙ୍କ ଉପରେ ଚିଡ଼ି ଉଠିଲେ ବିଜେପି ବିଧାୟକ, ଅଶ୍ଲୀଳ ଭାଷାରେ ଗାଳି ଦେଲେ | News Room Odisha

କର୍ଣ୍ଣାଟକ: ପ୍ରଶ୍ନ କରିବାରୁ ମହିଳାଙ୍କ ଉପରେ ଚିଡ଼ି ଉଠିଲେ ବିଜେପି ବିଧାୟକ, ଅଶ୍ଲୀଳ ଭାଷାରେ ଗାଳି ଦେଲେ

ବାଙ୍ଗାଲୋର: ସାଧାରଣତଃ ନେତା ଓ ଜନ ପ୍ରତିନିଧୀମାନଙ୍କ ଠାରୁ ସର୍ବଦା ସଂଯମ ଏବଂ ଶାଳୀନତା ଆଶା କରାଯାଏ । କିନ୍ତୁ ଅନେକ ସମୟରେ ସେମାନେ ସୀମା ଲଂଘିଥାନ୍ତ ଏବଂ ଜନସାଧାରଣଙ୍କ ସହ ଦୁର୍ବ୍ୟବହାର କରନ୍ତି | କର୍ଣ୍ଣାଟକର ଜଣେ ବିଧାୟକଙ୍କ ଏପରି ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ବିଜେପି ବିଧାୟକ ଅରବିନ୍ଦ ଲିମ୍ବାବଲି ଜଣେ ମହିଳାଙ୍କ ସହ ଦୁର୍ବ୍ୟବହାର କରୁଛନ୍ତି । ଭିଡିଓରେ ବିଜେପି ବିଧାୟକ ମହିଳାଙ୍କ ସହ ଅସଦାଚରଣ କରୁଥିବା ଦେଖିବାକୁ ମିଳିଛି। ବିଜେପି ବିଧାୟକ କେବଳ ମହିଳାଙ୍କୁ ଦୁର୍ବ୍ୟବହାର କରିନାହାଁନ୍ତି, ବରଂ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ। ମହିଳା ଜଣକ ବିଧାୟକଙ୍କୁ ଏକ ଅଭିଯୋଗ ପତ୍ର ଦେବାକୁ ଯାଇଥିଲେ । ପ୍ରବଳ ବର୍ଷା ପରେ ବେଙ୍ଗାଲୁରୁର ଭର୍ତ୍ତୁର ଅଞ୍ଚଳ ସହ ଜଡିତ କିଛି ସମସ୍ୟା ବିଷୟରେ ସେ କହିବାକୁ ଚାହୁଁଥିବା ବେଳେ ବିଜେପି ବିଧାୟକ ଅରବିନ୍ଦ ଲିମ୍ବାବାଲି ଏଥିରେ ରାଗି ଯାଇଥିଲେ ।

ଭିଡିଓରେ ଲିମ୍ବାବଲି ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ହାତରୁ କାଗଜ ଛଡ଼ାଇ ନେଇ ଚିରୁଥିବା ଦେଖିବାକୁ ମିଳୁଛି । ଏହି ମହିଳା ଜଣକ ମହାଦେବପୁରରୁ ବିଜେପି ବିଧାୟକ ଥିବା ଅରବିନ୍ଦ ଲିମ୍ବାବଲିଙ୍କୁ କିଛି ସମସ୍ୟା ସମ୍ପର୍କରେ କହିବାକୁ ଚାହୁଁଥିଲେ, କିନ୍ତୁ ବିଜେପି ବିଧାୟକ ତାଙ୍କ ଉପରେ ରାଗି ଯାଇଥିଲେ। ମହିଳାଙ୍କ ହାତରେ ଏକ କାଗଜ ଥିଲା ଏବଂ ସେ ଏହାକୁ ବିଧାୟକଙ୍କୁ ଦେଖାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ବିଧାୟକ ଏହାକୁ ଛଡ଼ାଇ ନେଇଥିଲେ। ଏହା ପରେ ସେ ପୋଲିସକୁ ମହିଳାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହାପୂର୍ବରୁ ତାଙ୍କ ଝିଅ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହେବା ପରେ ବିଜେପି ବିଧାୟକ ପୋଲିସ ସହ ଦୁର୍ବ୍ୟବହାର କରିଥିଲେ। ଏବେ ସେ ଜଣେ ମହିଳାଙ୍କ ସହ ଅସଦାଚରଣ କରି ପୁଣି ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଏଭଳି ଆଚରଣ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।