ମହଙ୍ଗା ପଡ଼ିଲା ଜୁଆଖେଳ, ବିଜେପି ବିଧାୟକଙ୍କୁ ଦୁଇ ବର୍ଷ ଜେଲ୍ | News Room Odisha

ମହଙ୍ଗା ପଡ଼ିଲା ଜୁଆଖେଳ, ବିଜେପି ବିଧାୟକଙ୍କୁ ଦୁଇ ବର୍ଷ ଜେଲ୍

ଅହମ୍ମଦାବାଦ: ଗୁଜରାଟ ଖେଡା ଜିଲ୍ଲାର ହାଲୋଲ କୋର୍ଟ ମାତର ବିଜେପି ବିଧାୟକ କେଶରୀ ସିଂହ ସୋଲାଙ୍କିଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲ୍ ଦଣ୍ଡ ସହିତ କୋର୍ଟ ବିଧାୟକଙ୍କ ଉପରେ ଚାରି ହଜାର ଟଙ୍କା ଜରିମାନା ଲଗାଇଛନ୍ତି।

ମାତାର ବିଧାୟକ କେଶରୀ ସିଂହ ହାଲୋଲ ସ୍ଥିତ ତାଙ୍କ ଫାର୍ମହାଉସରେ ଜୁଆ ଖେଳୁଥିଲେ। ଏନେଇ ପୋଲିସ ୨୩ ଜଣଙ୍କ ସହ ବିଧାୟକ କେସରୀ ସିଂଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏକ ବର୍ଷ ପୁରୁଣା ଏହି ମାମଲାରେ ଆଜି ହାଲୋଲ ସେସନ୍ସ କୋର୍ଟ ରାୟ ପ୍ରଦାନ କରିଛନ୍ତି। ବିଜେପି ବିଧାୟକ କେଶରୀ ସିଂହଙ୍କ ସହ ସମସ୍ତ ୨୨ ଅଭିଯୁକ୍ତଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ଚାରି ହଜାର ଜରିମାନା ଲଗାଯାଇଛି।

ବିଧାୟକ କେଶରୀ ସିଂହଙ୍କ ଓକିଲ କୋର୍ଟରେ ଚାରି ହଜାର ଟଙ୍କା ଜରିମାନା ପୈଠ କରିଛନ୍ତି। ଏହା ସହିତ ଜାମିନ ପାଇଁ ଏକ ପିଟିସନ ମଧ୍ୟ ଦାୟର କରାଯାଇଛି।

ଗୁଜରାଟର ବିଜେପି କେଶରୀ ସିଂହଙ୍କ ସହିତ ଜୁଲାଇ ୨, ୨୦୨୧ ରେ ଅନ୍ୟ ୨୩ ଜଣଙ୍କୁ ଗିରଫ କରାଯାଇଥିଲା। ଜିମିରା ରିସର୍ଟରେ ଚଢ଼ାଉ କରି ପୋଲିସ ଏହି ଲୋକଙ୍କୁ ଧରିଥିଲା। ଏହି ରିସର୍ଟ ପଞ୍ଚମହଲ ଜିଲ୍ଲା ଅନ୍ତର୍ଗତ ପାଭଗଡ଼ ଅଞ୍ଚଳର ଶିବପୁରୀ ମାଇନ୍ସ ନିକଟରେ ଅବସ୍ଥିତ | ଏହି ରିସର୍ଟରେ ସମୁଦାୟ ୧୮ ପୁରୁଷଙ୍କ ସହ କିଛି ମହିଳା ମଧ୍ୟ ଜୁଆ ଖେଳୁଥିଲେ | ଏହାଛଡ଼ା ପୋଲିସ ରିସୋର୍ଟରୁ ୭ ଟି ମଦ ବୋତଲ ମଧ୍ୟ ଜବତ କରିଥିଲା ।