ବିଜେପିକୁ ପୁଣି ଝଟକା, ତୃଣମୂଳ କଂଗ୍ରେସରେ ଯୋଗଦେଲେ ବିଧାୟକ ତନ୍ମୟ ଘୋଷ | News Room Odisha

ବିଜେପିକୁ ପୁଣି ଝଟକା, ତୃଣମୂଳ କଂଗ୍ରେସରେ ଯୋଗଦେଲେ ବିଧାୟକ ତନ୍ମୟ ଘୋଷ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ନେତାଙ୍କ ବିଜେପି ଛାଡ଼ିବା ଧାରା ଜାରି ରହିଛି। ଏହି କ୍ରମରେ ସୋମବାର ଦିନ ବିଷ୍ଣୁପୁର ବିଧାୟକ ତନ୍ମୟ ଘୋଷ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ଟିଏମସିରେ ଯୋଗଦେବା ମାତ୍ରେ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥା ମାଧ୍ୟମରେ ବିଜେପି ଲୋକଙ୍କ ଅଧିକାର ଛଡ଼ାଇ ନେଉଛି। ସେ କହିଛନ୍ତି ମୁଁ ମମତା ବାନାର୍ଜୀଙ୍କୁ ସମର୍ଥନ କରିବାକୁ ସମସ୍ତ ଦଳର ନେତାଙ୍କୁ ନିବେଦନ କରୁଛି। ସୂଚନାଯୋଗ୍ୟ ଯେ ତନ୍ମୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ।

ତନ୍ମୟ ଘୋଷ କହିଛନ୍ତି ଯେ ବର୍ତ୍ତମାନ ପଶ୍ଚିମବଙ୍ଗରେ ବିକାଶର ଧାରା ପ୍ରବାହିତ ହେଉଛି । ସମସ୍ତ ନେତା ପରସ୍ପରର ହାତ ଧରି ରାଜ୍ୟକୁ ବିକାଶର ନୂତନ ଶିଖରକୁ ନେବା ଉଚିତ୍। ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ପ୍ରତିଶୋଧର ରାଜନୀତି କରି ଗଣତାନ୍ତ୍ରିକ ଅଧିକାରରେ ହସ୍ତକ୍ଷେପ କରୁଛି।
୨୦୨୧ ବିଧାନସଭା ନିର୍ବାଚନରେ ​​ତନ୍ମୟ ଘୋଷ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଅର୍ଚିତା ବିଡଙ୍କୁ ୧୧ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।