ବିଜେପି ସାଂସଦ ଗିରିଶ ବାପଟଙ୍କ ଦେହାନ୍ତ | News Room Odisha

ବିଜେପି ସାଂସଦ ଗିରିଶ ବାପଟଙ୍କ ଦେହାନ୍ତ

ପୁଣେ: ବରିଷ୍ଠ ବିଜେପି ନେତା ତଥା ପୁଣେରୁ ଲୋକସଭା ସାଂସଦ ଥିବା ଗିରିଶ ବାପଟଙ୍କ ବୁଧବାର ୭୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଆଜି ସନ୍ଧ୍ୟାରେ ବାପଟଙ୍କ ଶେଷକୃତ୍ୟ କରାଯିବ ।

ଗିରିଶ ବାପଟ ଗତ ଦେଢ଼ ବର୍ଷ ଧରି ଅସୁସ୍ଥ ଥିଲେ। ବୁଧବାର ସକାଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ଦିନାନାଥ ମଙ୍ଗେସକର ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଗିରିଶ ବାପଟ କସବା ପେଠ ବିଧାନସଭା ଆସନରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ପୁଣେରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବାପଟ।

ବାପଟଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ‘ଗିରିଶ ବାପଟଜୀ ଜଣେ ନମ୍ର ତଥା ପରିଶ୍ରମୀ ନେତା ଥିଲେ, ଯିଏକି ଉତ୍ସର୍ଗୀକୃତ ଭାବେ ସମାଜର ସେବା କରିଥିଲେ। ସେ ମହାରାଷ୍ଟ୍ରର ବିକାଶ ପାଇଁ ବହୁ କାମ କରିଥିଲେ ଏବଂ ପୁଣେର ବିକାଶ ପ୍ରତି ନିଜକୁ ଉତ୍ସର୍ଗ କରିଥିଲେ। ମହାରାଷ୍ଟ୍ରରେ ବିଜେପିକୁ ସୁଦୃଢ କରିବାରେ ଗିରିଶ ବାପଟଜୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ବାପଟଙ୍କ ଦେହାନ୍ତ ନେଇ ଶୋକ ବ୍ୟକ୍ତ କରିଛନ୍ତି ।