ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ ଯୋଶୀ ସମାଜବାଦୀ ପାର୍ଟିରେ ସାମିଲ | News Room Odisha

ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ ଯୋଶୀ ସମାଜବାଦୀ ପାର୍ଟିରେ ସାମିଲ

ଆଜମଗଡ: ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ ଯୋଶୀ ଆଜି ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ଆଜମଗଡରେ ଆୟୋଜିତ ଏହି ରାଲିକୁ ସମ୍ବୋଧନ କରି ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି ।

ଅଖିଳେଶ ଯାଦବ କହିଛନ୍ତି ଯେ ଯେଉଁମାନେ ଅନ୍ୟମାନଙ୍କୁ ଗରମ କରିଦେଉଥିବା କହୁଥିଲେ ସେମାନେ ମାତ୍ର ୬ଟି ପର୍ଯ୍ୟାୟ ମତଦାନ ପରେ ଥଣ୍ଡା ପଡ଼ିଯାଇଛନ୍ତି। ସେମାନଙ୍କ ଘରୁ ପତାକା ଓହ୍ଲାଇ ଦିଆଯାଇଛି। ଷଷ୍ଠ ପର୍ଯ୍ୟାୟ ପରେ ହିଁ ସମାଜବାଦୀ ପାର୍ଟି ସମସ୍ତଙ୍କୁ ନୀରବ କରିଦେଇଛି | ୟେ ବାବା ମୁଖ୍ୟମନ୍ତ୍ରୀ(ଯୋଗୀ ଆଦିତ୍ୟନାଥ) ୬ଟି ପର୍ଯ୍ୟାୟ ଭୋଟ୍ ପରେ ଶାନ୍ତିରେ ଶୋଇପାରୁ ନାହାଁନ୍ତି।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମବତୀ ନନ୍ଦନ ବହୁଗୁଣାଙ୍କ ନାତି, ଯୁବ ନେତା ମୟଙ୍କ ଯୋଶୀ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ଆଜମଗଡରେ ସମାଜବାଦୀ ପାର୍ଟିର ସଦସ୍ୟତା ଗ୍ରହଣ କରିଥିଲେ।