ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ବିଧାୟକ ଟି.ରାଜା ସିଂହଙ୍କୁ ନିଲମ୍ବିତ କଲା ବିଜେପି | News Room Odisha

ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ବିଧାୟକ ଟି.ରାଜା ସିଂହଙ୍କୁ ନିଲମ୍ବିତ କଲା ବିଜେପି

ହାଇଦ୍ରାବାଦ: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ବିଜେପି ଏହାର ବିଧାୟକ ଟି.ରାଜା ସିଂହଙ୍କୁ ଦଳରୁ ନିଲମ୍ବିତ କରିଛି। ବିଜେପି ମଧ୍ୟ ରାଜାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ୧୦ ଦିନ ମଧ୍ୟରେ ଜବାବ ମାଗିଛି । ଏହାପୂର୍ବରୁ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ରାଜାଙ୍କୁ ହାଇଦ୍ରାବାଦରେ ପୋଲିସ ଗିରଫ କରିଥିଲା।

ସୋମବାର ବିଜେପି ବିଧାୟକ ଏକ ଭିଡିଓ ଜାରି କରି ଷ୍ଟାଣ୍ଡ ଅପ୍ କମେଡିଆନ୍ ମୁନାୱୱାର ଫାରୁକିଙ୍କୁ ସମାଲୋଚନା କରିଥିଲେ। ଏହାଛଡ଼ା ସେ ଏହି ଭିଡିଓରେ ସେ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଥିଲା। ନିକଟରେ ଫାରୁକି ସହରର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ବିଜେପି ନେତାଙ୍କ ଗିରଫଦାରୀ ଦାବି କରି ସୋମବାର ରାତିରେ ହାଇଦ୍ରାବାଦର ଅନେକ ସ୍ଥାନରେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (ଏଆଇଏମଆଇଏମ) ର ଅନେକ ବିଧାୟକ ଏବଂ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନର କାଉନସିଲରମାନେ ପୋଲିସ ଷ୍ଟେସନରେ ପହଞ୍ଚି ସେଠାରେ ପ୍ରଦର୍ଶନ କରିଥିଲେ ଏବଂ ରାଜା ସିଂହଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।