ଉପନିର୍ବାଚନ ଫଳ: ଗୋଟିଏ ଲୋକସଭା, ଚାରି ବିଧାନସଭା ଆସନରେ ବିଜେପି ପଛୁଆ | News Room Odisha

ଉପନିର୍ବାଚନ ଫଳ: ଗୋଟିଏ ଲୋକସଭା, ଚାରି ବିଧାନସଭା ଆସନରେ ବିଜେପି ପଛୁଆ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ସହ ଚାରିଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ଚାଲିଛି । ତେବେ ଟ୍ରେଣ୍ଡ ଅନୁଯାୟୀ ସବୁ ଆସନରେ ବିଜେପି ପଛରେ ପଡିଛି ।

ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ବିଜୟ ଆଡକୁ ଅଗ୍ରସର ହେଉଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଆସନସୋଲ ଲୋକସଭା ସିଟରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ, ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା ଆଗୁଆ ଅଛନ୍ତି। ଏଥି ସହିତ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିବା ବାବୁଲ ସୁପ୍ରିୟୋ ବାଲିଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଗରେ ଅଛନ୍ତି।

ବିହାରର ବୋଚହାଁ ଆସନରେ ପ୍ରତିଦ୍ୱନ୍ଦ୍ୱୀ ଆରଜେଡି ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରି ବିଜୟ ଆଡ଼କୁ ମୁହାଁଉଛି। ଏହାଛଡ଼ା ଛତିଶଗଡ ଏବଂ ମହାରାଷ୍ଟ୍ରରେ କଂଗ୍ରେସ ଆଗୁଆ ରହିଥିବା ଜଣାପଡିଛି।