ପୁଞ୍ଚ୍ ଏନକାଉଣ୍ଟର: ନିଖୋଜ ଦୁଇ ଯବାନଙ୍କ ମୃତଦେହ ଉଦ୍ଧାର, ସହିଦ୍ ସୈନିକଙ୍କ ସଂଖ୍ୟା ୯ରେ ପହଞ୍ଚିଲା | News Room Odisha

ପୁଞ୍ଚ୍ ଏନକାଉଣ୍ଟର: ନିଖୋଜ ଦୁଇ ଯବାନଙ୍କ ମୃତଦେହ ଉଦ୍ଧାର, ସହିଦ୍ ସୈନିକଙ୍କ ସଂଖ୍ୟା ୯ରେ ପହଞ୍ଚିଲା

ଶ୍ରୀନଗର: ଜାମ୍ମୁର ପୁଞ୍ଚରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ସର୍ଚ୍ଚ ଅପରେସନରେ ଏପର୍ଯ୍ୟନ୍ତ ୯ ସୈନିକ ସହିଦ ହୋଇଛନ୍ତି। ଆଜି ଏକ ଜୁନିୟର କମିଶନଡ୍ ଅଫିସର୍ (ଜେସିଓ) ଏବଂ ଜଣେ ଯବାନଙ୍କ ମୃତଦେହ ମିଳିଛି | ଅକ୍ଟୋବର ୧୪ରୁ ଏହି ସୈନିକମାନେ ନିଖୋଜ ଥିଲେ | ଉଦ୍ଧାର ମୃତଦେହ ସୁବେଦାର ଅଜୟ ସିଂ ଏବଂ ନାୟକ ହରେନ୍ଦ୍ର ସିଂଙ୍କ ର ବୋଲି ଜଣାପଡ଼ିଛି। ଉଭୟ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ସର୍ଚ୍ଚ ଅପରେସନର ସାମିଲ ଥିଲେ।

ପୁଞ୍ଚ ରେଞ୍ଜ ଡିଜି ବିବେକ ଗୁପ୍ତା କହିଛନ୍ତି ଯେ ଏହି ଜଙ୍ଗଲର କିଛି ସ୍ଥାନରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି । ସେମାନଙ୍କୁ ଚାରି ଆଡ଼ୁ ସୁରକ୍ଷା ବାହିନୀ ଘେରାଉ କରି ଅପରେସନ ଜାରି ରଖିଛନ୍ତି। ଆଜି ସକାଳୁ ଅନେକ ଥର ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ହୋଇଛି । ଏହା ଏକ ସଂକୀର୍ଣ୍ଣ ଅଞ୍ଚଳ ଏବଂ ଆମେ ଆଶା କରୁଛୁ ସେମାନଙ୍କୁ ଶୀଘ୍ର ନିପାତ କରାଯିବ |

ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାର ମେଣ୍ଡର ସବ୍-ଡିଭିଜନରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ ବେଳେ ଶୁକ୍ରବାର ଦିନ ଭୀମ୍ବର୍ ଗଳିରେ ଜଣେ ଜୁନିୟର କମିଶନ ଅଫିସର (ଜେସିଓ) ଙ୍କ ସହ ଦୁଇଜଣ ଯବାନ ସହିଦ ହୋଇଥିଲେ। ସହିଦ ହୋଇଥିବା ସୈନିକମାନଙ୍କ ନାମ ହେଉଛି ସିପାହୀ ବିକ୍ରମ ସିଂ ନେଗି ଏବଂ ସିପାହୀ ଯୋଗମ୍ବର ସିଂ। ଏନକାଉଣ୍ଟର ସମୟରେ ଦୁହେଁ ଗୁରୁତର ଆହତ ହୋଇଥିଲେ ଏବଂ ପରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ଭାରତୀୟ ସେନା ଏହି ସୂଚନା ଦେଇଛି। ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ୧୧ ଅକ୍ଟୋବରରୁ ଜାରି ରହିଛି।

Jammu and Kashmirpoonch encounterSrinagar