କଙ୍ଗନାଙ୍କୁ ଝଟକା, ଜାଭେଦ ଅଖତର କରିଥିବା ମାନହାନି ମାମଲା ରଦ୍ଦ କରିବାକୁ ମନାକଲେ ହାଇକୋର୍ଟ | News Room Odisha

କଙ୍ଗନାଙ୍କୁ ଝଟକା, ଜାଭେଦ ଅଖତର କରିଥିବା ମାନହାନି ମାମଲା ରଦ୍ଦ କରିବାକୁ ମନାକଲେ ହାଇକୋର୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ତାଙ୍କ ବିରୋଧରେ ଗୀତିକାର ଜାଭେଦ ଅଖତର କରିଥିବା ମାନହାନି ମାମଲା ରଦ୍ଦ କରିବା ପାଇଁ କଙ୍ଗନାଙ୍କ ପିଟିସନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା, ଜାଭେଦ ଅଖତରଙ୍କ ବିରୋଧରେ ଅନେକ ଆପତ୍ତିଜନକ ଅଭିଯୋଗ ଆଣିଥିଲେ। ଏନେଇ ଅଖତର ତାଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ।

ଜାଭେଦ ଅଖତର ଅଭିଯୋଗ କରିଥିଲେ ଯେ ଜାତୀୟ ଟିଭିରେ କଙ୍ଗନାଙ୍କ ମନ୍ତବ୍ୟ ତାଙ୍କ ଛବି ଖରାପ କରିଛି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ନେଇ କଙ୍ଗନା ଦେଇଥିବା ଏକ ଟିଭି ସାକ୍ଷାତକାର ସମ୍ପର୍କରେ ଜାଭେଦ ଅଖତର ନିଜ ଅଭିଯୋଗରେ ଉଲ୍ଲେଖ କରିଥିଲେ।