ବୁକର୍ ପୁରସ୍କାର ବିଜେତା ଲେଖକ ସଲମାନ ରୁଶଦୀଙ୍କୁ ଛୁରାମାଡ଼ | News Room Odisha

ବୁକର୍ ପୁରସ୍କାର ବିଜେତା ଲେଖକ ସଲମାନ ରୁଶଦୀଙ୍କୁ ଛୁରାମାଡ଼

ନ୍ୟୁୟର୍କ: ବୁକର୍ ପୁରସ୍କାର ବିଜେତା ତଥା ‘ଦି ସାଟାନିକ ଭର୍ସେସ୍’ ର ଲେଖକ ସଲମାନ ରୁଶଦୀଙ୍କ ଉପରେ ଆକ୍ରମଣ ହୋଇଛି ।

ଆମେରିକାର ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ କହିବାକୁ ଯାଉଥିବା ବେଳେ ରୁଶଦୀଙ୍କ ଜଣେ ବ୍ୟକ୍ତି ଛୁରୀରେ ଆକ୍ରମଣ କରିଥିଲା । ସେଠାରେ ଉପସ୍ଥିତ ଲୋକମାନେ ଆକ୍ରମଣକାରୀଙ୍କୁ କାବୁ କରିଥିଲେ ।

ରୁଶଦୀଙ୍କ ଅବସ୍ଥା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ନ୍ୟୁୟର୍କ ଷ୍ଟେଟ ପୋଲିସ କହିଛି ଯେ ଆକ୍ରମଣ ପରେ ରୁଶଦୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସ କହିଛି ଯେ ସଲମାନ ରୁଶଦୀଙ୍କୁ ବେକରେ ଆଘାତ ଲାଗିଛି। ତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ବର୍ତ୍ତମାନ ପୋଲିସ ହେପାଜତରେ ଅଛି ।

ଉଲ୍ଲେଖଯୋଗ୍ୟ, ‘ଦି ସାଟାନିକ ଭର୍ସେସ୍’ ପୁସ୍ତକ ପାଇଁ ଭାରତ ଜନ୍ମିତ ଲେଖକ ସଲମାନ ରୁଶଦୀଙ୍କ ବିରୋଧରେ ଇରାନ ଫତଓ୍ବା ଜାରି କରିଥିଲା ।