ମଣିପୁର ପ୍ରସଙ୍ଗ ନେଇ ସଂସଦରେ ଅଚଳାବସ୍ଥା ଜାରି, ଉଭୟ ଗୃହ ସୋମବାର ପର୍ଯ୍ୟନ୍ତ ମୁଲତବୀ | News Room Odisha

ମଣିପୁର ପ୍ରସଙ୍ଗ ନେଇ ସଂସଦରେ ଅଚଳାବସ୍ଥା ଜାରି, ଉଭୟ ଗୃହ ସୋମବାର ପର୍ଯ୍ୟନ୍ତ ମୁଲତବୀ

ନୂଆଦିଲ୍ଲୀ : ମଣିପୁର ପ୍ରସଙ୍ଗରେ ସଂସଦରେ ଅଚଳାବସ୍ଥା ଜାରି ରହିଛି । ଆଜି ମଧ୍ୟ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି ଦାବି କରି ବିରୋଧୀ ନାରାବାଜି କରିଥିଲେ।

ବିରୋଧୀ ଦଳର ସାଂସଦମାନଙ୍କ ହାତରେ ‘ଇଣ୍ଡିଆ ଫର୍ ମଣିପୁର’ ବ୍ୟାନର ଦେଖିବାକୁ ମିଳିଥିଲା ।

ପ୍ରବଳ ହଟ୍ଟଗୋଳ ଯୋଗୁଁ ଉଭୟ ରାଜ୍ୟସଭା ଓ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ବିବୃତ୍ତି ରଖନ୍ତୁ ବୋଲି ଦାବି କରିଆସୁଛି ‌ । ଏଥିପାଇଁ ବିରୋଧୀ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଣିଛନ୍ତି ।

ଅନ୍ୟପକ୍ଷରେ ଶାସକ ବିଜେପିର ସାଂସଦମାନେ କହିଛନ୍ତି ଯେ ମଣିପୁର ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । କିନ୍ତୁ ରାଜସ୍ଥାନ, ଛତିଶଗଡ ଏବଂ ପଶ୍ଚିମବଙ୍ଗରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ନେଇ ମଧ୍ୟ ଆଲୋଚନା କରାଯାଉ।