ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିରରେ ପୂଜାର୍ଚ୍ଚନା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ | News Room Odisha

ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିରରେ ପୂଜାର୍ଚ୍ଚନା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଆସିଥିବା ଋଷି ସୁନକ ଆଜି ସକାଳେ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସହ ଦିଲ୍ଲୀର ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି । ସେ ଏଠାରେ ପ୍ରାୟ ୪୫ ମିନିଟ୍ ରହିଥିଲେ |

ଅକ୍ଷରଧାମ ମନ୍ଦିର ନିର୍ଦ୍ଦେଶକ ଜ୍ୟୋତିନ୍ଦ୍ର ଡାଭେ କହିଛନ୍ତି, ଋଷି ସୁନାକ ଓ ତାଙ୍କ ପତ୍ନୀ ମନ୍ଦିରରେ ବେଶ୍ କିଛି ସମୟ ଧରି ପୂଜାର୍ଚ୍ଚନା କରିଥିଲେ । ସେ କହିଛନ୍ତି, ସୁନକ ଦମ୍ପତିଙ୍କୁ ଆମେ ପୂରା ଅକ୍ଷରରାମ ମନ୍ଦିର ଦେଖାଇଥିଲୁ ଏବଂ ପରେ ତାଙ୍କୁ ମନ୍ଦିରର ଏକ ମଡେଲ ଉପହାର ଦେଇଥିଲୁ ।

ଅକ୍ଷରଧାମ ମନ୍ଦିରରେ ପୂଜାର୍ଚ୍ଚନା ପରେ ସୁନକ ଓ ପତ୍ନୀ ଅକ୍ଷତା ରାଜଘାଟ ଯାଇ ଅନ୍ୟ ବିଶ୍ଵନେତାଙ୍କ ସହ ମହତ୍ମା ଗାନ୍ଧୀଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରଥମ ଭାରତୀୟ ବଂଶୋଦ୍ଭବ ଓ ହିନ୍ଦୁ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକଙ୍କ ଏହା ପ୍ରଥମ ଭାରତ ଗସ୍ତ । ସେ ହେଉଛନ୍ତି ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ ।