ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ଇସ୍ତଫା | News Room Odisha

ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ଇସ୍ତଫା

ଲଣ୍ଡନ: ଏକ ବଡ଼ ଅର୍ଥନୈତିକ ସଙ୍କଟ ମଧ୍ୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବାର ମାତ୍ର ୪୫ ଦିନ ପରେ ଟ୍ରସ ଇସ୍ତଫା ଦେଇଛନ୍ତି। ଲିଜ୍ ଟ୍ରସ୍ ବ୍ରିଟେନ ଇତିହାସରେ ସବୁଠାରୁ କମ୍ ଦିନ ପାଇଁ ପ୍ରଧାନମନ୍ତ୍ରୀ ରହି ପଦ ଛାଡିଛନ୍ତି । ତାଙ୍କର ଅର୍ଥନୈତିକ ନୀତି ନେଇ ବ୍ରିଟେନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ତାଙ୍କ ଦଳ କଞ୍ଜର୍ଭେଟିଭ୍ ପାର୍ଟିର ୧୦୦ରୁ ଊର୍ଦ୍ଧ୍ବ ସାଂସଦ ତାଙ୍କ ଇସ୍ତଫା ଦାବି କରିଥିଲେ । ଗତକାଲି ଗୃହମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନ୍ ମଧ୍ୟ ଇସ୍ତଫା ଦେଇଥିଲେ ।