ବ୍ରୁକଲିନ୍‌ର ମେଟ୍ରୋ ଷ୍ଟେସନ ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ ଗିରଫ | News Room Odisha

ବ୍ରୁକଲିନ୍‌ର ମେଟ୍ରୋ ଷ୍ଟେସନ ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ ଗିରଫ

ନ୍ୟୁୟର୍କ: ବ୍ରୁକଲିନ୍‌ର ଏକ ମେଟ୍ରୋ ଷ୍ଟେସନ ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତକୁ ନ୍ୟୁୟର୍କ ପୋଲିସ ଗିରଫ କରିଛି। ଏହି ଘଟଣାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ | ଆମେରିକୀୟ ଗଣମାଧ୍ୟମ ବୁଧବାର ଏହି ସୂଚନା ଦେଇଛନ୍ତି। ପୋଲିସ ଏହି ଘଟଣାରେ ୬୨ ବର୍ଷିୟ ଫ୍ରାଙ୍କ ଜେମ୍ସଙ୍କୁ ସନ୍ଦିଗ୍ଧ ବୋଲି ଚିହ୍ନଟ କରିଛି। ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଦୁଇ ପୋଲିସ କର୍ମଚାରୀ ତାଙ୍କୁ ମାନହଟନର ଏକ ରାସ୍ତାରେ ଯାଉଥିବା ଦେଖି ତାଙ୍କୁ ଗିରଫ କରିଥିଲେ।

ମେୟର ଏରିକ ଆଡାମସ୍ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତର ଗିରଫ ସମ୍ପର୍କରେ ଘୋଷଣା କରିଛନ୍ତି ।

ବ୍ରୁକଲିନ୍‌ର ଏକ ମେଟ୍ରୋ ଷ୍ଟେସନରେ ମଙ୍ଗଳବାର ଘଟିଥିବା ଗୁଳିକାଣ୍ଡ ଘଟଣାରେ ୧୩ ଜଣ ଆହତ ହୋଇଥିଲେ ।