ବିଏସଏଫ କ୍ୟାମ୍ପରେ ଅଭାବନୀୟ ଘଟଣା, ସହକର୍ମୀଙ୍କ ଗୁଳିମାଡ଼ରେ ପାଞ୍ଚ ଯବାନ ମୃତ | News Room Odisha

ବିଏସଏଫ କ୍ୟାମ୍ପରେ ଅଭାବନୀୟ ଘଟଣା, ସହକର୍ମୀଙ୍କ ଗୁଳିମାଡ଼ରେ ପାଞ୍ଚ ଯବାନ ମୃତ

ନୂଆଦିଲ୍ଲୀ / ଅମୃତସର: ପଞ୍ଜାବର ଅମୃତସରର ବିଏସଏଫ କ୍ୟାମ୍ପରେ ରବିବାର ଜଣେ କର୍ମଚାରୀଙ୍କ ଗୁଳିରେ ଅତି କମରେ ପାଞ୍ଚଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଭାରତ-ପାକିସ୍ଥାନ ଅନ୍ତର୍ଜାତୀୟ ସୀମା ନିକଟ ଅଟ୍ଟାରୀ-ୱାଘା ସୀମାଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଖାସା ଅଞ୍ଚଳରେ ଥିବା ବିଏସ଼୍ଏଫ୍ କ୍ୟାମ୍ପର ଡାଇନିଂ ହଲରେ ଏହି ଅଭାବନୀୟ ଘଟଣା ଘଟିଛି। ଅଧିକାରୀ କହିଛନ୍ତି ଯେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ମଧ୍ୟରେ ଗୁଳି ଚଳାଇଥିବା ଯବାନ ମଧ୍ୟ ଅଛନ୍ତି । ଏହି ଘଟଣାରେ ଆଉ ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ସୀମା ସୁରକ୍ଷା ବଳର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।