ପଦ୍ମଭୂଷଣ ସମ୍ମାନ ଗ୍ରହଣ କରିବାକୁ ମନାକଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ | News Room Odisha

ପଦ୍ମଭୂଷଣ ସମ୍ମାନ ଗ୍ରହଣ କରିବାକୁ ମନାକଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ପଦ୍ମଭୂଷଣ ସମ୍ମାନ ଗ୍ରହଣ କରିବାକୁ ମନା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ନେଇ କେହି ସୂଚନା ଦେଇ ନାହାଁନ୍ତି। ବୁଦ୍ଧଦେବ କହିଛନ୍ତି ଯେ ଯଦି ମୋତେ ପଦ୍ମ ବିଭୂଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି, ତେବେ ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରୁଛି। ସୂଚନାଯୋଗ୍ୟ ଯେ ବୁଦ୍ଧଦେବଙ୍କ ସହ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ନାମ ପଦ୍ମ ପୁରସ୍କାର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଏହା ସହିତ ଉତ୍ତର ପ୍ରଦେଶର ଦିବଂଗତ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ମଧ୍ୟ ମରଣୋତ୍ତର ପଦ୍ମବିଭୂଷଣ ପ୍ରଦାନ ନେଇ ଘୋଷଣା କରାଯାଇଛି।

ସିପିଆଇ (ଏମ୍) ସୂତ୍ରରୁ ପ୍ରକାଶ ଯେ, ପଦ୍ମବିଭୂଷଣ ପ୍ରତ୍ୟାଖ୍ୟାନ ଉଭୟ ଭଟ୍ଟାଚାର୍ଯ୍ୟ ଓ ପାର୍ଟିର ନିଷ୍ପତ୍ତି।

୨୦୦୦ ରୁ ୨୦୧୧ ପର୍ଯ୍ୟନ୍ତ ବୁଦ୍ଧଦେବ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ। ସେ ଲଗାତାର ୨୪ ବର୍ଷ ଧରି ଯାଦବପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ସେ ସିପିଆଇ (ଏମ୍) ର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ପଲିଟବ୍ୟୁରୋର ସଦସ୍ୟ ମଧ୍ୟ ରହିଛନ୍ତି।

ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କଲ୍ୟାଣ ସିଂ ଏବଂ ଭାରତର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କୁ ମଧ୍ୟ ମରଣୋତ୍ତର ଭାବେ ପଦ୍ମବିଭୂଷଣ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।