ହିଂସା ପରେ ହରିୟାଣାର ନୁହରେ ବୁଲିଲା ବୁଲଡୋଜର,‌ ମାଟିରେ ମିଶିଲା ୪୫ଟି ଦୋକାନ ଘର | News Room Odisha

ହିଂସା ପରେ ହରିୟାଣାର ନୁହରେ ବୁଲିଲା ବୁଲଡୋଜର,‌ ମାଟିରେ ମିଶିଲା ୪୫ଟି ଦୋକାନ ଘର

ଗୁରୁଗ୍ରାମ: ହରିୟାଣାର ନୁହରେ ହିଂସା ପରେ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ଆଜି ବେଆଇନ ନିର୍ମାଣରେ ବୁଲଡୋଜର ଚଲାଇଛି । ନାଲହାଡ ମେଡିକାଲ କଲେଜ ନିକଟରେ ପ୍ରାୟ ୪୫ଟି ଦୋକାନ ଘର ଭଙ୍ଗାଯାଇଛି ।

ନୁହର ଜିଲ୍ଲା ଟାଉନ୍ ପ୍ଲାନର୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ନାଲହାଡ ମେଡିକାଲ୍ ରୋଡରେ ବେଆଇନ ଭାବେ ଦୋକାନ ଘର ନିର୍ମାଣ ହୋଇଥିଲା । ପ୍ରାୟ ୪୫ଟି ଏପରି ବେଆଇନ ଦୋକାନ ନିର୍ମାଣ କରାଯାଇଛି। କେବଳ ବେଆଇନ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି ।

ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସ୍ଥାନରୁ ନାଲହାଡ ଶିବ ମନ୍ଦିରର ଦୂରତା ପ୍ରାୟ ଦୁଇ କିଲୋମିଟର । ସୋମବାର ଏହି ରାସ୍ତା ଦେଇ ବିଶ୍ଵ ହିନ୍ଦୁ ପରିଷଦର ଏକ ଶୋଭାଯାତ୍ରା ଗଲାବେଳେ ସାମ୍ପ୍ରଦାୟିକ ହିଂସା ଘଟିଥିଲା।‌ ଏହି ହିଂସାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ ।