ସାକ୍ଷୀଗୋପାଳରେ ପର୍ଯ୍ୟଟକ ବସରେ ନିଆଁ | News Room Odisha

ସାକ୍ଷୀଗୋପାଳରେ ପର୍ଯ୍ୟଟକ ବସରେ ନିଆଁ

ପୁରୀ – ସାକ୍ଷୀଗୋପାଳ ମନ୍ଦିର ନିକଟରେ ଏକ ପର୍ଯ୍ୟଟକ ବସ ଜଳିଯାଇଛି । ଏଥିରେ କାହାର କିଛି କ୍ଷତି ହୋଇନାହିଁ । ଉତ୍ତର ପ୍ରଦେଶରୁ ପର୍ଯ୍ୟଟକମାନେ ସେହି ବସରେ ପୁରୀ ବୁଲିବାକୁ ଆସିଥିଲେ । ଆଜି ପର୍ଯ୍ୟଟକଙ୍କୁ ନେଇ ଆସିଥିବା ବସ ସାକ୍ଷୀଗୋପାଳ ମନ୍ଦିର ପଛପଟେ ଠିଆ ହୋଇଥିଲାବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ବସ୍ ପଛପଟେ ରୋଷେଇ ଚାଲିଥିବାବେଳେ ଗ୍ୟାସ ଲିକ କାରଣରୁ ଅଗ୍ନିକାଣ୍ଡ ହୋଇଥିବାର ସନ୍ଦେହ କରାଯାଉଛି ।