ଛତିଶଗଡ ବସ ଦୁର୍ଘଟଣା : ରାୟପୁର ଯାଉଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ, ରାୟପୁର ମେଡିକାଲ କଲେଜ ଓ ହସପିଟାଲରେ ଚାଲିଛି ଆହତଙ୍କ ଚିକିତ୍ସା | News Room Odisha

ଛତିଶଗଡ ବସ ଦୁର୍ଘଟଣା : ରାୟପୁର ଯାଉଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ, ରାୟପୁର ମେଡିକାଲ କଲେଜ ଓ ହସପିଟାଲରେ ଚାଲିଛି ଆହତଙ୍କ ଚିକିତ୍ସା

ଭୁବନେଶ୍ୱର – ରାୟପୁରରେ ବସ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି । ପୋଲିସ ମହାନିର୍ଦ୍ଦେଶକ ଅଭୟ ଏହି ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ଗଂଜାମର ୮ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଲା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ରାୟପୁର ଯାଉଥିବା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଆହତଙ୍କ ଚିକିତ୍ସା ଚାଲିଛି । ପରେ ସେମାନଙ୍କୁ ଘରକୁ ପଠାଯିବ । ଦୁର୍ଘଟଣା ବାବଦରେ ସେ ଛତିଶଗଡ ସରକାରଙ୍କ ସହ କଥା ହୋଇଥିବା କହିଛନ୍ତି ଶ୍ରମମନ୍ତ୍ରୀ । ଏଣେ ପୋଲିସ ଡିଜି ଅଭୟ ବି ଦୁର୍ଘଟଣା ନେଇ ଛତିଶଗଡର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିବା କହିଛନ୍ତି । ରାୟପୁର ମେଡିକାଲ କଲେଜ ଓ ହସପିଟାଲରେ ଆହତଙ୍କ ଚିକିତ୍ସା ଚାଲିଥିବା ଅଭୟ କହିଛନ୍ତି । ମୃତକଙ୍କ ଶୀଘ୍ର ପୋଷ୍ଟମର୍ଟମ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି ।