ଆଜି ଆସିବ ଗୋଟିଏ ଲୋକସଭା ଏବଂ ଚାରି ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ | News Room Odisha

ଆଜି ଆସିବ ଗୋଟିଏ ଲୋକସଭା ଏବଂ ଚାରି ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ଗୋଟିଏ ଲୋକସଭା ଏବଂ ଚାରୋଟି ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନ ଫଳାଫଳ ଆଜି ଆସିବ । ଭୋଟ୍ ଗଣତି ଆଜି ସକାଳ ୮ ଟାରୁ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ସୁଦ୍ଧା ଫଳ ସ୍ପଷ୍ଟ ହୋଇଯିବ ।

ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନ ସହ ବାଲିଗଞ୍ଜ ବିଧାନସଭା ସିଟ୍ ଏବଂ ମହାରାଷ୍ଟ୍ର, ଛତିଶଗଡ, ବିହାରରେ ଗୋଟିଏ ଲେଖାଏଁ ବିଧାନସଭା ଆସନ ପାଇଁ ଏପ୍ରିଲ ୧୨ ରେ ମତଦାନ ଅନୁଷ୍ଠିତ ହୋଇଥିଲା |

ଆଜି ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ ଭାଗ୍ୟ ମଧ୍ୟ ନିର୍ଣ୍ଣୟ ହେବ। ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନରୁ ଶତ୍ରୁଘ୍ନ ସିହ୍ନା ତୃଣମୂଳ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ | ଟିଏମସି ପ୍ରାର୍ଥୀ ସିହ୍ନା ଏହି ହାଇ ପ୍ରୋଫାଇଲ ସିଟରେ ବିଜେପିର ଅଗ୍ନିମିତ୍ରା ପାଲଙ୍କ ସହ ମୁହାଁମୁହିଁ ହୋଇଥିଲେ। ବାବୁଲ ସୁପ୍ରିୟୋଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡିଥିଲା। ପ୍ରକାଶଯୋଗ୍ୟ ଯେ ଗାୟକ ରାଜନେତା ବାବୁଲ ସୁପ୍ରିୟୋ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ।