ମହାତ୍ମା ଗାନ୍ଧୀ ଓ‌ ନେହେରୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗ, ଅଭିନେତ୍ରୀ ପାୟଲ ରୋହତଗିଙ୍କ ବିରୋଧରେ ମାମଲା | News Room Odisha

ମହାତ୍ମା ଗାନ୍ଧୀ ଓ‌ ନେହେରୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗ, ଅଭିନେତ୍ରୀ ପାୟଲ ରୋହତଗିଙ୍କ ବିରୋଧରେ ମାମଲା

ମୁମ୍ବାଇ: ମହାତ୍ମା ଗାନ୍ଧୀ ଓ ଜବାହରଲାଲ ନେହେରୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଅଭିନେତ୍ରୀ ପାୟଲ ରୋହତଗିଙ୍କ ବିରୋଧରେ ପୁଣେରେ ଏକ ମାମଲା ରୁଜୁ ହୋଇଛି। ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ସେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଧାରା ୧୫୩ (କ), ୫୦୦, ୫୦୫ (୨) ଏବଂ ୩୪ ଅନୁଯାୟୀ ମାମଲା ରୁଜୁ ହୋଇଛି। ରୋହତଗିଙ୍କ ସହ ପୋଲିସ ଏହି ଭିଡିଓ ପ୍ରସ୍ତୁତ କରିଥିବାରୁ ଜଣେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ଅଭିଯୋଗ ରୁଜୁ କରାଯାଇଛି।