ସିବିଆଇ, ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବଢ଼ିଲା, ୨ରୁ ୫ ବର୍ଷ ହେଲା | News Room Odisha

ସିବିଆଇ, ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବଢ଼ିଲା, ୨ରୁ ୫ ବର୍ଷ ହେଲା

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୨ ବର୍ଷରୁ ବୃଦ୍ଧି କରାଯାଇ ୫ ବର୍ଷ କରାଯାଇଛି। ଏନେଇ କେନ୍ଦ୍ର ସରକାର ପକ୍ଷରୁ ଜାରି ଅଧ୍ୟାଦେଶକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି ।

ପୂର୍ବରୁ ଉଭୟ କେନ୍ଦ୍ରୀୟ ଏଜେନ୍ସିର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୨ ବର୍ଷ ଥିଲା | ସେଭଳି ସ୍ଥିତି ସୃଷ୍ଟି ନ ହେଲେ ସେମାନଙ୍କୁ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ହଟାଯାଇ ପାରିବ ନାହିଁ | ସରକାର ଚାହିଁଲେ କାର୍ଯ୍ୟକାଳକୁ ମଧ୍ୟ ଏକ ବର୍ଷ ବଢାଇ ପାରିବେ।

ଗତ ବର୍ଷ ନଭେମ୍ବରରେ କେନ୍ଦ୍ର ସରକାର ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କରିଥିଲେ। ମିଶ୍ରଙ୍କ ୧ ବର୍ଷର ବର୍ଦ୍ଧିତ କାର୍ଯ୍ୟକାଳ ନଭେମ୍ବର ୨୦୨୦ରେ ଶେଷ ହୋଇଥିଲା | ୧୯୯୭ ପୂର୍ବରୁ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସ୍ଥିର ହୋଇନଥିଲା ଏବଂ ସରକାର ସେମାନଙ୍କୁ ଯେବେ ଚାହିଁଲେ ହଟାଇ ପାରୁଥିଲେ। ଭିନୀତ୍ ନାରାୟଣ ମାମଲାରେ ସୁପ୍ରିମକୋର୍ଟ ସିବିଆଇ ନିର୍ଦ୍ଦେଶକଙ୍କ ପାଇଁ ସର୍ବନିମ୍ନ କାର୍ଯ୍ୟକାଳ ଦୁଇ ବର୍ଷ ଧାର୍ଯ୍ୟ କରିଥିଲେ ।