ଅନଲାଇନ୍ ଶିଶୁ ଯୌନ ଶୋଷଣ ମାମଲାରେ ୭୬ଟି ସ୍ଥାନରେ ସିବିଆଇର ଚଢ଼ାଉ, ୮୩ ଜଣଙ୍କ ବିରୋଧରେ ଏତଲା | News Room Odisha

ଅନଲାଇନ୍ ଶିଶୁ ଯୌନ ଶୋଷଣ ମାମଲାରେ ୭୬ଟି ସ୍ଥାନରେ ସିବିଆଇର ଚଢ଼ାଉ, ୮୩ ଜଣଙ୍କ ବିରୋଧରେ ଏତଲା

ନୂଆଁଦିଲ୍ଲୀ: ଇଣ୍ଟରନେଟରେ ଶିଶୁ ଯୌନ ଶୋଷଣ କଣ୍ଟେଣ୍ଟ୍ ପ୍ରସାରଣ ମାମଲାରେ ସିବିଆଇ ମଙ୍ଗଳବାର ଦିନ ୧୪ଟି ରାଜ୍ୟର ୭୬ଟି ସ୍ଥାନରେ ଚଢ଼ାଉ କରିଛି । ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ ଅନଲାଇନ୍ ଶିଶୁ ଯୌନ ନିର୍ଯାତନା ସହ ଜଡିତ ୮୩ ଜଣଙ୍କ ବିରୋଧରେ ନଭେମ୍ବର ୧୪ରେ କେନ୍ଦ୍ରୀୟ ଏଜେନ୍ସି ତରଫରୁ ୨୩ଟି ପୃଥକ୍ ମାମଲା ରୁଜୁ କରାଯାଇଛି।

ସିବିଆଇ ମୁଖପାତ୍ର ଆରସି ଯୋଶୀ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ବିହାର, ଓଡିଶା, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ହରିୟାଣା, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ଛାନଭିନ୍ କରାଯାଉଛି। ସେ କହିଛନ୍ତି ଯେ ଏହି ଚଢ଼ଉ ଏକ ସମନ୍ୱିତ ଢ଼ଙ୍ଗରେ ଚାଲିଛି।