କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ମନ୍ତ୍ରୀ ମଳୟ ଘଟକଙ୍କ ଘରେ ସିବିଆଇ ଚଢାଉ | News Room Odisha

କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ମନ୍ତ୍ରୀ ମଳୟ ଘଟକଙ୍କ ଘରେ ସିବିଆଇ ଚଢାଉ

କୋଲକାତା: ପଶ୍ଚିମବଙ୍ଗର ଆଇନ ଏବଂ ଶ୍ରମ ମନ୍ତ୍ରୀ ମଳୟ ଘଟକଙ୍କ ଘରେ ସିବିଆଇ ଚଢାଉ କରିଛି। କୋଇଲା ଦୁର୍ନୀତି ମାମଲାରେ ସିବିଆଇର ଏହି ରେଡ୍ ଆସାନସୋଲ ସ୍ଥିତ ମନ୍ତ୍ରୀଙ୍କ ବାସଭବନରେ ଚାଲିଛି। ଏହି ମାମଲାରେ ପୂର୍ବରୁ ଇଡି ତଦନ୍ତ ଜାରି ରଖିଛି | କୋଇଲା ଦୁର୍ନୀତିରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସୂଚନାନୁସାରେ, ସିବିଆଇ ତରଫରୁ ପଚରାଉଚରା ପାଇଁ ମଳୟ ଘଟକଙ୍କୁ ଅନେକ ଥର ସମନ ଜାରି କରାଯାଇଥିଲା । କିନ୍ତୁ ସେ ପ୍ରତ୍ୟେକ ଥର କୌଣସି ନା କୌଣସି ବାହାନା କରି ହାଜର ହୋଇନଥିଲେ। ଏବେ ସିବିଆଇ ତାଙ୍କର ପ୍ରାୟ ୫ଟି ସ୍ଥାନରେ ଚଢାଉ କରିଛି। ଏହାଛଡ଼ା ସିବିଆଇ ମଳୟଙ୍କୁ ମଧ୍ୟ ପଚରାଉଚରା କରିପାରେ।

ଏହି ମାମଲାରେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଇଡି ଏକ ମାମଲା ରୁଜୁ କରିଥିଲା। ୨୭ ନଭେମ୍ବର ୨୦୨୦ରେ ସିବିଆଇ ଦ୍ୱାରା ରୁଜୁ ମାମଲା ଆଧାରରେ ଯାଞ୍ଚ୍ ଆରମ୍ଭ ହୋଇଥିଲା |

ଏହି ମାମଲାରେ ଇଡି ଅଭିଯୁକ୍ତଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଜବତ କରିଥିଲା। ପ୍ରାୟ ୧୮୧ କୋଟି ଟଙ୍କା ମୂଲ୍ୟର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା | ଏହି ମାମଲାରେ ଇଡି ବହୁ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି। କୋଇଲା ଘୋଟାଲା ମାମଲାରେ ମମତାଙ୍କ ପୁତୁରା ତଥା ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ଇଡି ଅନେକ ଥର ପଚରାଉଚରା କରିଛି। ତାଙ୍କ ବିରୋଧରେ ଏକ ଅଭିଯୋଗ ହେଉଛି ଯେ ବେଆଇନ ବ୍ୟବସାୟରୁ ଆଦାୟ ଟଙ୍କା ତାଙ୍କୁ ଦିଆଯାଇଛି ।