ଭିସା ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କ ଘରେ ସିବିଆଇ ଚଢ଼ାଉ | News Room Odisha

ଭିସା ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କ ଘରେ ସିବିଆଇ ଚଢ଼ାଉ

ଚେନ୍ନାଇ: କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଚେନ୍ନାଇ ବାସଭବନରେ ଶନିବାର ସିବିଆଇ ଚଢ଼ାଉ କରିଛି। ଚୀନ୍ ନାଗରିକଙ୍କୁ ଭିସା ମାମଲାରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି । ୨୦୧୧ରେ ୨୬୩ ଚୀନ୍ ନାଗରିକଙ୍କୁ ଭିସା ବଦଳରେ ଲାଞ୍ଚ କାରବାର ଅଭିଯୋଗର ସିବିଆଇ ତଦନ୍ତ କରୁଛି। ଏହି ଭିସା ଦିଆଯିବା ସମୟରେ କାର୍ତ୍ତି ଚିଦାମ୍ବରମଙ୍କ ବାପା ପି.ଚିଦାମ୍ବରମ୍ କେନ୍ଦ୍ର ଗୃହମନ୍ତ୍ରୀ ଥିଲେ।

ଏହି ମାମଲାରେ କାର୍ତ୍ତି ଚିଦାମ୍ବରମ୍ ପୂର୍ବରୁ ମଧ୍ୟ ସିବିଆଇରେ ହାଜର ହୋଇଥିଲେ। ଏହି ମାମଲା ସେତେବେଳର ଯେତେବେଳେ କାର୍ତ୍ତିଙ୍କ ବାପା ପି.ଚିଦାମ୍ବରମ୍ କେନ୍ଦ୍ର ଗୃହମନ୍ତ୍ରୀ ଥିଲେ । ସିବିଆଇ ଏଫ୍ଆଇଆର୍ ଅନୁଯାୟୀ ଏହି ମାମଲା ୨୬୩ ଚୀନ ଶ୍ରମିକଙ୍କୁ ଦ୍ବିତୀୟ ଥର ଭିସା ପ୍ରଦାନ ନେଇ ବେଦାନ୍ତ ଗ୍ରୁପ୍ କମ୍ପାନୀ ତାଲୱାଣ୍ଡି ସାବୋ ପାୱାର୍ ଲିମିଟେଡ୍ (ଟିଏସପିଏଲ୍) ର ଜଣେ ବରିଷ୍ଠ ଅଧିକାରୀଙ୍କ ସହ ଜଡ଼ିତ । ସେ କାର୍ତ୍ତି ଚିଦାମ୍ବରମ୍ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଏସ୍ ଭାସ୍କରମଣଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦଇଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ ଏହି ମାମଲା ସହିତ ଜଡିତ ମନି ଲଣ୍ଡରିଂ ଦିଗର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି।