ଅବକାରୀ ଦୁର୍ନୀତି ମାମଲା: ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ, ରବିବାର ହାଜର ହେବାକୁ ନିର୍ଦ୍ଦେଶ | News Room Odisha

ଅବକାରୀ ଦୁର୍ନୀତି ମାମଲା: ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ, ରବିବାର ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ ଜାରି କରିଛି। କେନ୍ଦ୍ରୀୟ ଏଜେନ୍ସି ତାଙ୍କୁ ରବିବାର (ଏପ୍ରିଲ ୧୬) ପୂର୍ବାହ୍ନ ୧୧ ଟାରେ ହାଜର ହେବାକୁ କହିଛି। ସିବିଆଇ ତାଙ୍କୁ ମଦ ନୀତି ମାମଲାରେ ଜେରା କରାଯିବ । ସିବିଆଇ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ପୂର୍ବରୁ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିସାରିଛି। ପ୍ରାୟ ୮ ଘଣ୍ଟା ଜେରା ପରେ ତାଙ୍କୁ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା। ପୁଣି ଏହି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ କେସରେ ଇଡି ମଧ୍ୟ ସିସୋଦିଆଙ୍କୁ ଗିରଫ କରିଥିଲା । ସିସୋଦିଆଙ୍କ ଗିରଫ ପରେ ଆମ୍ ଆଦମୀ ପାର୍ଟି ମୋଦୀ ସରକାରଙ୍କ ଉପରେ ଆକ୍ରମଣ ଜୋରଦାର କରିଥିଲା ।

ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ପରୋକ୍ଷରେ ବିଜେପିକୁ ଆକ୍ରମଣ କରିଥିଲେ।

ସେ କହିଛନ୍ତି, “ଅନେକ ରାଷ୍ଟ୍ର ବିରୋଧୀ ଶକ୍ତି ଅଛନ୍ତି, ଯେଉଁମାନେ ଦେଶ ଆଗକୁ ବଢୁ ବୋଲି ଚାହୁଁନାହାଁନ୍ତି | ସେମାନେ ଚାହୁଁ ନାହାନ୍ତି ଗରିବ ପିଲାମାନେ ଭଲ ଶିକ୍ଷା ପାଆନ୍ତୁ। ଯଦି ଗରିବ ପିଲା ପାଠ ପଢିବ, ତେବେ ଦେଶର ବିକାଶ ହେବ । କିନ୍ତୁ ସେହି ଲୋକମାନେ ଚାହୁଁନାହାଁନ୍ତି ଯେ ଦେଶ ଅଗ୍ରଗତି କରୁ | ସେହି ଲୋକମାନେ ହିଁ ମନୀଷ ସିସୋଦିଆଙ୍କୁ ଜେଲକୁ ପଠାଇଲେ।