ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ, ପାସ୍ ହାର ୮୭.୩୩ ପ୍ରତିଶତ | News Room Odisha

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ, ପାସ୍ ହାର ୮୭.୩୩ ପ୍ରତିଶତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ ପାସ୍ ହାର ୮୭.୩୩% ରେକର୍ଡ କରାଯାଇଛି । ଛାତ୍ରଛାତ୍ରୀ ନିଜ ରେଜଲ୍ଟ ବୋର୍ଡର ଅଫିସିଆଲ୍ ୱେବସାଇଟ୍ results.cbse.nic.in ଅଥବା cbse.gov.in ରେ ଯାଞ୍ଚ କରିପାରିବେ |

ଏଥର ସିବିଏସ୍ଇ ଦ୍ବାଦଶ ବୋର୍ଡ ପରୀକ୍ଷାରେ ମୋଟ ୮୭.୩୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ଯାହା ଗତବର୍ଷ ତୁଳନାରେ ୫ ପ୍ରତିଶତ କମ୍। ତ୍ରିଭେନ୍ଦ୍ରମ ଜୋନରେ ସର୍ବାଧିକ ୯୯.୯୧ ପ୍ରତିଶତ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି | ଏଥର ବି ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ପୁଅମାନଙ୍କର ରେଜଲ୍ଟ ୮୪.୬୭ ପ୍ରତିଶତ ହୋଇଥିବାବେଳେ ଝିଅମାନଙ୍କ ସଫଳତା ହାର ୯୦.୬୮ ପ୍ରତିଶତ ରହିଛି ।