ହେଲିକପ୍ଟର ଦୁର୍ଘଟଣା ପରେ ବଞ୍ଚିଥିଲେ ସିଡିଏସ୍ ବିପିନ୍ ରାୱତ, ହସ୍ପିଟାଲ ନେବା ବାଟରେ ହୋଇଥିଲା ମୃତ୍ୟୁ | News Room Odisha

ହେଲିକପ୍ଟର ଦୁର୍ଘଟଣା ପରେ ବଞ୍ଚିଥିଲେ ସିଡିଏସ୍ ବିପିନ୍ ରାୱତ, ହସ୍ପିଟାଲ ନେବା ବାଟରେ ହୋଇଥିଲା ମୃତ୍ୟୁ

ନୂଆଦିଲ୍ଲୀ / ଉଦଗମଣ୍ଡଲମ୍: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣା ପରେ ବି ଜୀବିତ ଥିଲେ। ଦୁର୍ଘଟଣା ପରେ ଏମ୍ଆଇ -୧୭/ଭି୫ କୁ ଧ୍ୱଂସାବଶେଷରୁ ତାଙ୍କୁ ଉଦ୍ଧାର କରାଯିବା ପରେ ସେ ହିନ୍ଦୀରେ ମଧ୍ୟ ତାଙ୍କ ନାଁ କହିଥିଲେ। ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ ଏହି ସୂଚନା ଦେଇଛନ୍ତି। ଜେନେରାଲ ରାୱତଙ୍କ ସହ ଅନ୍ୟ ଜଣେ ସେନାଧିକାରୀଙ୍କୁ ମଧ୍ୟ ଘଟଣାସ୍ଥଳରୁ ଜୀବିତ ଉଦ୍ଧାର କରାଯାଇଥିଲା। ପରେ ସେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ବୋଲି ଜଣା ପଡିଥିଲା। ଗ୍ରୁପ୍ କ୍ୟାପଟେନ୍ ବରୁଣ ହିଁ ଏହି ଦୁର୍ଘଟଣାରେ ବଞ୍ଚିଥିବା ଏକମାତ୍ର ଜୀବିତ ବ୍ୟକ୍ତି। ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ବରିଷ୍ଠ ଅଗ୍ନିଶମ କର୍ମଚାରୀ ଏବଂ ଉଦ୍ଧାରକାରୀ ଦଳର ସଦସ୍ୟ ଏନସି ମୁରଲୀ କହିଛନ୍ତି ଯେ ଆମେ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଥିଲୁ। ସେଥିମଧ୍ୟରୁ ଜଣେ ଥିଲେ ସିଡିଏସ୍ ରାୱତ୍ | ମୁରଲୀ କହିଛନ୍ତି ଯେ ଆମେ ତାଙ୍କୁ ବାହାରକୁ ଆଣିବା ମାତ୍ରେ ସେ ପ୍ରତିରକ୍ଷା କର୍ମଚାରୀଙ୍କ ସହ ହିନ୍ଦୀରେ କ୍ଷୀଣ ସ୍ୱରରେ କଥା ହୋଇଥିଲେ ଏବଂ ତାଙ୍କ ନାମ କହିଥିଲେ। ହସ୍ପିଟାଲ ନେବା ବାଟରେ ସିଡିଏସ୍ ରାଓ୍ବତଙ୍କ ମୃତ୍ୟୁ ହୋଇଥିଲା।

ମୁରଲୀ କହିଛନ୍ତି ଯେ ଜେନେରାଲ ରାୱତଙ୍କୁ ଉଦ୍ଧାର କଲାବେଳେ ତାଙ୍କ ଶରୀରର ତଳ ଭାଗରେ ଗୁରୁତର ଆଘାତ ଲାଗିଥିବା ସେ କହିଥିଲେ। ଏହା ପରେ ତାଙ୍କୁ ଏକ ଚଦରରେ ଗୁଡ଼ାଇ ଆମ୍ବୁଲାନ୍ସକୁ ନିଆଯାଇଥିଲା। “ଉଦ୍ଧାରକାରୀ ଦଳକୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହୋଇଥିଲା। ନିଆଁ ଲିଭାଇବା ପାଇଁ ଦମକଳ ଗାଡ଼ି ଘଟଣାସ୍ଥଳକୁ ଯିବା ପାଇଁ ରାସ୍ତା ନଥିଲା । ମୁରଲୀ କହିଛନ୍ତି ଯେ ଆମକୁ ନିକଟସ୍ଥ ଘର ଓ ନଦୀରୁ ପାତ୍ରରେ ପାଣି ଆଣିବାକୁ ପଡ଼ିଥିଲା । ଉଦ୍ଧାରକାର୍ଯ୍ୟ କଷ୍ଟସାଧ୍ୟ ଥିଲା । କାରଣ ଲୋକଙ୍କୁ ଉଦ୍ଧାର କରିବା ଏବଂ ମୃତଦେହ ଉଦ୍ଧାର କରିବା ପାଇଁ ଚପରର ଖଣ୍ଡ ବିଖଣ୍ଡିତ ଅଂଶକୁ ବାହାର କରିବାକୁ ପଡ଼ିଥିଲା |

ମୁରଲୀ କହିଛନ୍ତି ଭାଙ୍ଗି ପଡିଥିବା ଏକ ବଡ଼ ଗଛ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଏହାକୁ କାଟିବାକୁ ପଡିଥିଲା | ଏଥିପାଇଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା | ସେ କହିଛନ୍ତି ଯେ ଆମେ ୧୨ଟି ମୃତଦେହ ଉଦ୍ଧାର କରିଥିଲୁ। ଦୁଇଜଣଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜୀବିତ ଉଦ୍ଧାର କରାଯାଇଥିଲା । ପରେ ଭାରତୀୟ ବାୟୁସେନା କର୍ମଚାରୀମାନେ ଅଧା ବାଟରେ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲେ।

CDS chopper crashCDS General Bipin Rawatchopper crash