ଗ୍ରୀନ୍ ହାଇଡ୍ରୋଜେନ ମିଶନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି | News Room Odisha

ଗ୍ରୀନ୍ ହାଇଡ୍ରୋଜେନ ମିଶନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ ମିଶନକୁ ମଞ୍ଜୁରି ପ୍ରଦାନ କରିଛି।

ବିଶ୍ବର ଅନ୍ୟତମ ବଡ଼ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତକାରୀ ଦେଶ ଭାବେ ପରିଗଣିତ ଭାରତକୁ ଜାତୀୟ ଗ୍ରୀନ ହାଇଡ୍ରୋଜେନ୍ ମିଶନ ଅଧୀନରେ ୨୦୭୦ ସୁଦ୍ଧା ଏକ ଗ୍ରୀନ୍ ହବରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଗ୍ରୀନ ହାଇଡ୍ରୋଜେନ କ୍ଷେତ୍ରରେ ଭାରତ ବିଶ୍ୱର ଏକ ହବରେ ପରିଣତ ହେବ।

ସେ କହିଛନ୍ତି, “ସ୍ୱଳ୍ପ ମୂଲ୍ୟର ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଦୁଇ ପ୍ରକାର ପ୍ରୋତ୍ସାହନ ଦିଆଯିବ – ଇଲେକ୍ଟ୍ରୋଲାଇଜର ତିଆରି ପାଇଁ ପାଞ୍ଚ ବର୍ଷ ଏବଂ ଗ୍ରୀନ ହାଇଡ୍ରୋଜେନ ତିଆରି ପାଇଁ ପ୍ରୋତ୍ସାହନ ମଧ୍ୟ ଦିଆଯିବ। ଦେଶକୁ ଏକ ସବୁଜ ହାଇଡ୍ରୋଜେନ୍ ହବ୍ ତିଆରି କରାଯିବ। ”

ମିଶନର ଶୁଭାରମ୍ଭ ପାଇଁ ୧୯,୭୪୪ ଟଙ୍କା, ଏଥିରେ ପ୍ରୋଗ୍ରାମ ପାଇଁ ୧୭,୪୯୦ ଟଙ୍କା, ପାଇଲଟ୍ ପ୍ରୋଜେକ୍ଟ ପାଇଁ ୧,୪୬୬ କୋଟି, ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ପାଇଁ ୪୦୦ କୋଟି ଏବଂ ମିଶନର ଅନ୍ୟାନ୍ୟ ଆବଶ୍ୟକତା ପାଇଁ ୩୮୮ କୋଟି ଟଙ୍କା ମଞ୍ଜୁର କରାଯାଇଛି।