ପେଟ୍ରୋଲ, ଡିଜେଲ ଉପରୁ ଉତ୍ପାଦ ଶୁଳ୍କ କମାଇଲା କେନ୍ଦ୍ର | News Room Odisha

ପେଟ୍ରୋଲ, ଡିଜେଲ ଉପରୁ ଉତ୍ପାଦ ଶୁଳ୍କ କମାଇଲା କେନ୍ଦ୍ର

ନୂଆଦିଲ୍ଲୀ: କ୍ରମାଗତ ଦର ବୃଦ୍ଧି ଯୋଗୁଁ ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ସରକାର ଶେଷରେ ପେଟ୍ରୋଲ ଓ ଡିଜେଲ ଦର ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପେଟ୍ରୋଲ ୮ ଟଙ୍କା ଓ ଡିଜେଲରେ ୬ ଟଙ୍କା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର । ଏହି ଅନୁପାତ ଅନୁସାରେ, ପେଟ୍ରୋଲ ଲିଟର ପିଚ୍ଛା ୯.୫ ଟଙ୍କା ଓ ଡିଜେଲ ଲିଟର ପିଚ୍ଛା ୭ ଟଙ୍କା ହ୍ରାସ ପାଇବ । ସେହିପରି ଉଜ୍ବଳା ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୨୦୦ ଟଙ୍କା ରିହାତି ମିଳିବ । ବର୍ଷକୁ ୧୨ଟି ସିଲିଣ୍ଡର ଯାଏ ରିହାତି ମିଳିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।