ଟମାଟୋର ଆକାଶଛୁଆଁ ଦର ମଧ୍ୟରେ କେନ୍ଦ୍ର ନେଲା ଏଭଳି ନିଷ୍ପତ୍ତି | News Room Odisha

ଟମାଟୋର ଆକାଶଛୁଆଁ ଦର ମଧ୍ୟରେ କେନ୍ଦ୍ର ନେଲା ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ଟମାଟୋର ଆକାଶଛୁଆଁ ଦର ଦୃଷ୍ଟିରୁ କେନ୍ଦ୍ର ସରକାର ଶୁକ୍ରବାର ଠାରୁ ଖୁଚୁରା ବଜାରରେ ରିହାତି ମୂଲ୍ୟରେ ଟମାଟୋ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଥର ପାଇଁ ସରକାର ରିହାତି ଦରରେ ଟମାଟୋ ବିକିବେ ।

ଦେଶର କେତେକ ସ୍ଥାନରେ ଟମାଟୋ କିଲୋଗ୍ରାମ ପିଛା ୨୦୦ ଟଙ୍କା ଟପିଲାଣି ।

ଏହି ନିଷ୍ପତ୍ତି ଘୋଷଣା କରି ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗରେ ଟମାଟୋ ସବସିଡି ମୂଲ୍ୟରେ ବିକ୍ରି କରାଯିବ। ପାଟନା, ବାରାଣସୀ, କାନପୁର ଏବଂ କୋଲକାତା ଭଳି ସହରରେ ମଧ୍ୟ ସରକାର ରିହାତି ମୂଲ୍ୟରେ ଟମାଟୋ ବିକିବେ ।

ଗ୍ରାହକ ବ୍ୟାପାର ସଚିବ ରୋହିତ କୁମାର କହିଛନ୍ତି, “କେନ୍ଦ୍ର ସରକାର ସମ୍ପୃକ୍ତ ଅଞ୍ଚଳରେ ଟମାଟୋର ବର୍ତ୍ତମାନର ମୂଲ୍ୟ ତୁଳନାରେ ଅତି କମରେ ୩୦ ପ୍ରତିଶତ କମ୍ ଦରରେ ବିକ୍ରି କରିବେ। ”

ଏଥିପାଇଁ କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ଭଳି ଉତ୍ପାଦନକାରୀ ରାଜ୍ୟରୁ ଟମାଟୋ କିଣିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି।

ରୋହିତ ସିଂ କହିଛନ୍ତି, ” ପ୍ରଥମ ଥର ଆମେ ଟମାଟୋ କିଣି ଖୁଚୁରା ବଜାରରେ ବିକ୍ରି କରିବୁ। ଆମେ ପିଆଜ ପାଇଁ ଏହା କରିଛୁ। ଏହା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ ହେବ । କାରଣ ଟମାଟୋ ଖୁବ୍ ଶୀଘ୍ର ନଷ୍ଟ ହୋଇଯାଏ ।”

ଦିଲ୍ଲୀ-ଏନସିଆରରେ କେନ୍ଦ୍ର ସରକାର ମୋବାଇଲ୍ ଭ୍ୟାନ୍, ମଦର ଡେରିର ସଫଲ ଏବଂ କେନ୍ଦ୍ରିୟ ଭଣ୍ଡାର ଆଉଟଲେଟ୍ ମାଧ୍ୟମରେ ସବସିଡିଯୁକ୍ତ ହାରରେ ଟମାଟୋ ବିକ୍ରି କରିବେ।